ଫିଲ୍ମ ‘ଇଣ୍ଡିଆନ୍ ୨’ର ସୁଟିଂ ସେଟ୍ରେ ଅଘଟଣ : କ୍ରେନ୍ ଖସି ୩ ମୃତ, ୧୦ ଗୁରୁତର
20/02/2020 at 8:05 AM

ଚେନ୍ନାଇ ୨୦।୨: ଚେନ୍ନାଇରେ ଏକ ସୁଟିଂ ସେଟର କ୍ରେନ୍ ଖସିପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ ୨’ର ସୁଟିଂ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ଫିଲ୍ମରର ସୁଟିଂ କାର୍ଯ୍ୟ ଚେନ୍ନାଇ ନିକଟବର୍ତ୍ତୀ ଇଭିପି ଫିଲ୍ମ ସିଟିରେ ଚାଲିଥିବା ବେଳେ ହଠାତ୍ ଏକ କ୍ରେନ୍ ଭାଙ୍ଗିଯାଇଥିଲା । ମୃତକଙ୍କ ମଧ୍ୟରେ ଚଳଚିତ୍ରର ସହକାରୀ ନିର୍ଦ୍ଦେଶକ କ୍ରିଷ୍ଣା, ନିର୍ଦ୍ଦେଶକ ଶଙ୍କରଙ୍କ ବ୍ୟକ୍ତିଗତ ସହାୟକ ମଧୁ ଓ ଅନ୍ୟ ଜଣେ କର୍ମଚାରୀ ଚନ୍ଦ୍ରନ ଅଛନ୍ତି।
ଘଟଣାକୁ ନେଇ କମଲ ହାସନ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିବା ସହ ଏତେ ବଡ ଅଘଟଣ ପାଇଁ ମୃତକଙ୍କ ପରିବାକୁ ସମବେଦନା ଜଣାଇଛନ୍ତି । ଆମେ ଆମର ୩ ଜଣ ସହଯୋଗୀଙ୍କୁ ହରାଇଛୁ ଯାହା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ।