ଭୟାବହ ଅଗ୍ନିକାଣ୍ଡ, ଦୋକାନ ମାଲିକଙ୍କ ସମେତ ୩ ଜଣ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | December 19, 2020 IST

କୋଲକତା ୧୯।୧୨: ବଜାରରେ ହଠାତ୍ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ଜଳିଗଲେ ୩ ଜଣ । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅଞ୍ଚଳରେ ଘଟିଛି ଅଗ୍ନିକାଣ୍ଡ ।

{"id":379602,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଭାଙ୍ଗର ସ୍ଥିତ ଘଟକପୁକୁର ବଜାରରେ ଥିବା ଏକ କିରୋସିନି ଆଉଟଲେଟ୍ ରେ ହଠାତ୍ ନିଆଁ ଲାଗିଯାଇଥିଲା । କିରୋସିନି ଆଉଟଲେଟ୍ ରେ ଥିବା କିରୋସିନି ଡ୍ରମ୍ ରେ ନିଆଁ ଲାଗିଯାଇଥିଲା । ଫଳରେ ନିଆଁ ଚାହୁଁଚାହୁଁ ବ୍ୟାପି ଯାଇଥିଲା ।

{"id":379603,"sizeSlug":"large","linkDestination":"none"}

ନିକଟରେ ଥିବା ଏକ କାଫେରେ ନିଆଁ ମଧ୍ୟ ଲାଗିଯାଇଥିଲା । ସେଠାରେ କାମ କରୁଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କାଫେ ମାଲିକ ଓ ଦୁଇ ଜଣ ଶିଶୁ ଥିବା ଜଣାପଡିଛି । ନିଆଁ ଲାଗିବା ସମୟରେ ସେମାନେ ବାହାରକୁ ଆସିନପାରିବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଦୀର୍ଘ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ଗାଡି ନିୟୋଜିତ ରହିଥିଲା । ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.