ବୁଧବାର ଭାରତ ପହଞ୍ଚିବ ଆଉ ୩ ରାଫେଲ୍‌ ବିମାନ, ଖୁବଶୀଘ୍ର ବାୟୁସେନାରେ ହେବ ସାମିଲ୍‌

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୩/୧୧: ଶକ୍ତିଶାଳୀ ହେଉଛି ଭାରତୀୟ ବାୟୁସେନା। ଏହାକୁ ଗତି ଦେଇଛି ରାଫେଲ୍‌ ଲଢ଼ୁଆ ବିମାନ। ପ୍ରଥମ ଚରଣରେ ଫ୍ରାନ୍ସରୁ ୫ଟି ରାଫଲେ୍‌ ବିମାନ ଆସିଥିବା ବେଳେ ବୁଧବାର ଆଉ ୩ ରାଫେଲ ଜେଟ୍‌ ଭାରତ ପହଞ୍ଚିବ। ବୁଧବାର ସନ୍ଧ୍ୟାରେ ହରିୟାଣାର  ଆମ୍ବଲା ଏୟାରବେସ୍‌ରେ ରାଫେଲ ବିମାନ ପହଞ୍ଚିବ ବୋଲି ଜଣାପଡ଼ିଛି।

ପ୍ରଥମ ଚରଣର ୫ ରାଫେଲ୍‌ ବିମାନ ଚଳିତବର୍ଷ ଜୁଲାଇ ୨୮ରେ ଭାରତରେ ପହଞ୍ଚିଥିଲା। ସେପ୍ଟେମ୍ବର ୧୦ରେ ଏହାକୁ ଭାରତୀୟ ବାୟୁସେନାରେ ମଧ୍ୟ ସାମିଲ କରାଯାଇଛି।

ଆସନ୍ତାକାଲି ଆଉ ୩ ରାଫେଲ୍‌ ଆସିଯିବା ପରେ ଭାରତ ପାଖରେ ମୋଟ ୮ ରାଫେଲ୍‌ ହୋଇଯିବ। ପହଞ୍ଚିବାର କିଛି ଦିନ ମଧ୍ୟରେ ୩ ରାଫେଲ୍‌ ଜେଟ୍ସ କାର୍ଯ୍ୟକ୍ଷମ ହୋଇଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଆସିଥିବା ୫ ରାଫେଲ୍‌ ବିମାନ ଭାରତୀୟ ବାୟୁସେନାରେ  ସାମିଲ ହେବା ସହ ଲଦାଖରେ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.