୩ ନିଖୋଜ ନାବାଳକ ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର

Published By : Prameya-News7 Bureau | June 30, 2022 IST

ରାଉରକେଲା ୩୦।୬: ରାଉରକେଲା ମାଲଗୋଦାମ ଅଞ୍ଚଳରୁ ୩ ନିଖୋଜ ନାବାଳକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗତ ମେ ମାସ ୨୮ ତାରିଖରେ ତିନି ନାବାଳକ ମାଲଗୋଦାମ ଅଂଚଳର ଏକ ଦୋକାନରୁ ଦୋକାନୀ ନଥିବା ସମୟରେ  ଥଣ୍ଡା ପାନୀୟ ପିଇଥିଲେ । ଦୋକାନୀ ଆସି ୩ ନାବାଳକଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ବାପା-ମା’ଙ୍କୁ କହିବାକୁ କହିବାରୁ ତିନି ନାବାଳକ ଭୟରେ ରାଉରକେଲା ଗୁଣୁପୁର  ରାଜ୍ୟରାଣୀ ଟ୍ରେନ୍‌ରେ ବସି ଚାଲି ଯାଇଥିଲେ । ୩ ନାବାଳକ ଘରକୁ ନଫେରିବାରୁ ପରିବାର ଲୋକେ ୨ ଦିନ ପରେ ଅର୍ଥାତ ଗତ ମେ’ ୩୧ ତାରିଖ ରାତିରେ ଉଦିତ ନଗର ଥାନାରେ ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ସମ୍ବଲପୁର ଷ୍ଟେସନରେ ଆରପିଏଫ ୩ ନାବାଳକଙ୍କୁ ସନ୍ଦେହଜନକ ଭାବେ ପଚରାଉଚରା କରିଥିଲା । ୩ ନାବାଳକ କିହି ସଠିକ୍ କହି ନପାରିବାରୁ ସମ୍ବଲପୁର ଜିଆରପିକୁ ହସ୍ତାନ୍ତର କରିଥିଲେ । ଆଉ ସମ୍ବଲପୁର ଜିଆରପି     

୩ ନାବାଳକଙ୍କୁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରଖି ତିନି ନାବାଳକଙ୍କ ଠିକଣା ଖୋଜୁଥିଲା । ଆଉ ଏ ଭିତରେ ରାଉରକେଲା ଜିଆରପି ସହ ସମ୍ବଲପୁର ଜିଆରପି ଯୋଗାଯୋଗ କରିବାରୁ ରାଉରକେଲା ଉଦିତନଗର ପୋଲିସ ୩ ନାବାଳକଙ୍କୁ ହସ୍ତାନ୍ତର କରିବା ପରେ ଉଦିତନଗର ପୋଲିସ ପରିବାର ଲୋକଙ୍କୁ ୩ ନାବାଳକଙ୍କୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.