କୋଣାର୍କ: କାଳ ହେଲା ନଦୀରେ ଗାଧୋଇବା। ଦେବୀ ନଦୀରେ ବୁଡ଼ି ତିନି ନାବାଳକଙ୍କ ମୃତ୍ୟୁ। ମଙ୍ଗଳବାର ଦେବୀନଦୀରେ ଗାଧୋଇବା ସମୟରେ ନଦୀରେ ବୁଡ଼ି ତିନିଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ନାବାଳକ ସମସ୍ତେ ଗୋଟିଏ ପରିବାରର।
ମୃତକମାନେ ହେଲେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ଓମ୍ ବେହେରା (୧୪) ରୋହନ ବେହେରା (୧୪),କାହ୍ନା ବେହେରା (୧୩)। ସୂଚନା ଅନୁଯାୟୀ, ଅପରାହ୍ନରେ ଗାଧୋଇବାକୁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ସମସ୍ତେ ନଦୀ ଗର୍ଭକୁ ଖସିଯାଇଥିଲେ।
ସେପଟେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ଆଉ ଏହି ସମୟରେ ନଦୀରେ ଭାସୁଥିବା ଅବସ୍ଥାରେ ଦେଖିଥିଲେ ଲୋକେ। ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଚାରିଛକ ସ୍ଥାନାନ୍ତର କରାଯାଇଥିଲା I ମାତ୍ର ସେଠାରେ ଡାକ୍ତର ଉକ୍ତ ନାବାଳକ ମାନଙ୍କୁ ମୃତ ଘୋଷଣା କରିଛନ୍ତି।