ଲଣ୍ଡନରେ ୨ ଶିଖ୍ ଗୋଷ୍ଠୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ,୩ମୃତ, ୨ ଗିରଫ

Published By : Prameya-News7 Bureau | January 20, 2020 IST

ଲଣ୍ଡନ:  ପୂର୍ବ ଲଣ୍ଡନ ଇଲଫର୍ଡରେ ୨ ଶିଖ୍ ଗୋଷ୍ଠୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ସୋମବାର ୨ ଜଣଙ୍କୁ ଗିରଫ କରିଛି। ରବିବାର ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ ସେଭେନ କିଙ୍ଗସ୍ ରେଳ ଷ୍ଟେସନ ନିକଟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏଥିରେ ୩ ଜଣ ଯୁବକଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

{"id":213968,"width":578,"height":324,"sizeSlug":"large"}

ଏହି ଗୋଷ୍ଠୀ ସଂଘର୍ଷର ଭିଡିଓ ଏବେ ଲଣ୍ଡନ ସୋସାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଷ୍ଟେସନ ସିଡିରେ ୩ ଜଣ ଯୁବକଙ୍କୁ କେତେକ ଯୁବକ ସଶସ୍ତ୍ର ଆକ୍ରମଣ କରୁଥିବା ଦେଖାଯାଇଛି। ନିକଟରେ ଥିବା ଟ୍ୟାକ୍ସି ଫାର୍ମ ମାଲିକ ଘଟଣା ନେଇ ପୋଲିସକୁ ସୂଚିତ କରିଥିଲେ। ମୃତକଙ୍କ ଚିହ୍ନଟ ହୋଇ ନାହିଁ, ତେବେ ପୋଲିସ ସେମାନଙ୍କ ପରିଜନଙ୍କ ତଲାସ କରୁଛି।

{"id":213969,"width":575,"height":322,"sizeSlug":"large"}

ହିଂସାତ୍ମକ ଆକ୍ରମଣ ଘଟଣା ଏବେ ବ୍ରିଟିଶ ସୋସିଆଲ ମିଡିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ତେବେ ଏହି ଘଟଣାର ଉଭୟ ମୃତ ଓ ଆକ୍ରମଣକାରୀ ପରସ୍ପରଙ୍କୁ ଜାଣନ୍ତି ବୋଲି ମେଟ୍ରୋପାଲିଟନ ପୋଲିସ କହିଛି। ସେମାନେ ପରସ୍ପର ଚିହ୍ନାଜଣା ଓ ଗୋଟିଏ ସମୁଦାୟର। ଏଣୁ ଘଟଣାର ସଠିକ ଅନୁମାନ କରିବାକୁ ଏବେ ଉଦ୍ୟମ କରାଯାଉଥିବା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.