ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୩ ମାଓବାଦୀ ନିହତ

Published By : Prameya-News7 Bureau | November 26, 2022 IST

ମାଲକାନଗିରି ୨୬।୧୧ : ଓଡିଶା ସୀମାନ୍ତରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ ହୋଇଛନ୍ତି । ଏବେ ବି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଖବର ଅନୁଯାୟୀ, ଛତିଶଗଡ଼ ସୀମାନ୍ତ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରସେନ୍‌ ଚାଲିଥିଲା । ଏହି ସମୟରେ ମାବାଦୀଙ୍କ ସହ ମିତ୍ରପୁର ଥାନା ପୋମରା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସିଆର୍‌ପିଏଫ୍‌ ଡିଆରଜି ଏବଂ ଏସ୍‌ଟିଏଫ୍‌ ବାହିନୀ ପକ୍ଷରୁ ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଛି ।

ସେପଟେ ଘଟଣାସ୍ଥଳରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ବନ୍ଧୁକ ମଧ୍ୟ ଜବତ ହୋଇଛି । ତେବେ ନିହତ ହୋଇଥିବା ମାଓବାଦୀମାନେ କେଉଁ ସଂଗଠନ ସହିତ ଜଡିତ । ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସର୍ଚ୍ଚ ଅପରେସନ ଜାରି ରହିଥିବା ବିଜାପୁର ଏସ୍‌ପି ଅଞ୍ଜନେଇ ବାର୍ନୀ ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.