ନୀଳକଣ୍ଠେଶ୍ବର ମନ୍ଦିରରୁ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାକୁ କାବୁ କଲେ ଗ୍ରାମବାସୀ

Published By : Prameya-News7 Bureau | June 16, 2022 IST

ମହାକାଳପଡା ୧୬।୬: ମନ୍ଦିରରୁ ଲୁଟ୍ ଉଦ୍ୟମ ପଣ୍ଡ । ୩ ଲୁଟେରାଙ୍କୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତର କଳପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତର କଳପଡା ଗ୍ରାମରେ ଥିବା ନୀଳକଣ୍ଠେଶ୍ବର ମହାଦେବ ମନ୍ଦିରରୁ ଚୋରି ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ମନ୍ଦିରରରେ ଥିବା ଦାନପାତ୍ରକୁ ଭାଙ୍ଗି ୩ ଜଣ ଚୋର ଲୁଟ୍ ଉଦ୍ୟମ କରୁଥିଲେ । ଏହି ସମୟରେ ଶବ୍ଦ ଶୁଣି ମନ୍ଦିରେ ଶୋଇଥିବା ପୂଜକ ତତୁରତାର ସହ ୩ ଜଣକୁ କାବୁ କରିଥିଲେ । ପୂଜକଙ୍କ ଠାରୁ ଏ ନେଇ ଗ୍ରାମବାସୀ ଖବର ପାଇଲା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୩ ଚୋରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.