ମୋ ବସ୍‌ରୁ ଗିରଫ ହେଲେ ମହିଳା ଲୁଟେରା, ଗିରଫ ମହିଳା ଛତିଶଗଡ ରାୟପୁର ଅଞ୍ଚଳର

Published By : Prameya-News7 Bureau | July 28, 2024 IST

ଭୁବନେଶ୍ବର ୨୮: ନୟାପଲ୍ଲୀ ଥାନା ପୋଲିସ କବଜାରେ ମୋ ବସ୍ ଲୁଟେରା । ଛତିଶଗଡିଆ ମହିଳା ଲୁଟେରା ଗ୍ୟାଙ୍ଗ ଠାବ । ତିନି ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ତିନି ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗତ ୨୭ ତାରିଖରେ ଚୋରି ହୋଇଥିଲା । ଏମାନଙ୍କ ନିକଟରୁ ୨୩ ହାଜର ଟଙ୍କା ଜବତ କରିଛି ପୋଲିସ । ତିନି ଜଣ ମହିଳା ରାଜ୍ୟ ବାହାରର ବୋଲି ଜଣାପଡିଛି । 

ଛତିଶଗଡ ରାୟପୁର ଅଞ୍ଚଳର ଏହି ମହିଳା ଲୁଟେରାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗତ ୨୭ ତାରିଖ ଦିନ ଆଶ୍ରିତ ମହାରଣା ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ । ତାଙ୍କ ବ୍ୟାଗ୍‌ରୁ  ଟଙ୍କା ଚୋରି ହୋଇଯାଇଛି । କିଛି ମହିଳାମାନେ ମୋ ବସ୍‌ରେ ତାଙ୍କୁ ଘେରି ଯାଇଥିଲେ । ଏହାପରେ ତାଙ୍କ ବ୍ୟାଗ୍‌ରୁ ୨୫ ହଜାର ଟଙ୍କା ଚୋରି ହୋଇଯାଇଥିଲା । ତଦନ୍ତ ପରେ କିଛି ରାଜ୍ୟ ବାହାରର ଚୋର ମାନେ ସଂପୃକ୍ତ   ରହିଥିବା ଜାଣିବାକୁ ପାଇଥିଲା ନୟାପଲ୍ଲୀ ଥାନା ପୋଲିସ । ଏମାନେ ଗୋଟିଏ ଗ୍ରୁପ୍ କରି ମୋ ବସ୍‌ରେ ଯାତ୍ରୀଙ୍କୁ ଘେରିଦିଅନ୍ତି । ଏହାପରେ ଭିଡ଼ରେ ମୋବାଇଲ ଫୋନ, ଟଙ୍କା, ଚୋରି କରି ପୁଣି ଓହ୍ଲାଇଯାଆନ୍ତି । ପୂର୍ବରୁ ଏମାନଙ୍କ ନାଁରେ କେଉଁ କେଉଁ କେସ୍ ରହିଛି ସେନେଇ ତଦନ୍ତ ଚାଲିଛି । ଏହି ତିନି ଜଣଙ୍କ ନାମରେ କ’ଣ କ’ଣ କେସ୍ ରହିଛି ସେନେଇ ତଦନ୍ତ ଚାଲିଛି । 

You Can Read:

IAS ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗ ପ୍ରମୁଖ ସଚିବ, IAS ଏନ୍‌.ବି.ଏସ୍‌ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଦାୟିତ୍ବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.