କାମ ବେଳେ ଧସିଲା ମାଟି ଅତଡ଼ା, ୩ ଶ୍ରମିକ ମୃତ

Published By : Prameya-News7 Bureau | May 16, 2024 IST

Breaking_1

ଯାଜପୁର ୧୬।୦୫ : କାମ ବେଳେ ଧସିଲା ମାଟି ଅତଡ଼ା । ଯେଉଁଥିରେ ଚାଲିଯାଇଛି ତିନି ଶ୍ରମିକଙ୍କ ଜୀବନ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଲକୁଣ୍ଡ ଥାନା କପିଳା ପଞ୍ଚାୟତ ରାହାସଗୁହାଳି ଗାଁରେ ଘଟିଛି ଏହି ଅଘଟଣ । 

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଞ୍ଝାରପୁରର ଅଳକୁଣ୍ଡ ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ଲାଗି ପାଇପ୍‌ ବିଛା ଯାଉଥିଲେ । ଏହି ସମୟରେ ହଠାତ୍‌ ମାଟି ଧସେଇ ପଡିଥିଲା । ଯାହାଫଳରେ ପାଇପ ବିଛାଉଥିବା ଶ୍ରମିକଙ୍କ ଉପରେ ପଡିଯାଇଥିଲା । ଯେଉଁଥିରେ ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ବାକି ଆଉ କିଛି ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.