ପାଇଖାନା ଟାଙ୍କି କାମ ବେଳେ ଖସିପଡିଲା ଫଲ୍ସ, ୩ ଶ୍ରମିକ ମୃତ
2/08/2019 at 3:10 PM

ଭୁବନେଶ୍ବର ୨|୮: ଭୁବନେଶ୍ବର ମଞ୍ଚଶ୍ବର ସ୍ଥିତ ପାଣ୍ଡରାରେ ଫଲ୍ସ ପଡି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପାଇଖାନା ଟାଙ୍କି କାମ ବେଳେ ଫଲ୍ସ ଖସିପଡିଥିଲା । ଫଳରେ ୩ଜଣ ଶ୍ରମିକ ଫଲ୍ସ ତଳେ ଚାପି ହୋଇ ରହିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକମାନେ ହେଲେ ବିଭୁରାମ ମଣ୍ଡଳ, ସମୀରାନ ମୁନିଆନ୍, ବାସୁଦେବ ମଣ୍ଡଳ । ସମସ୍ତ ମୃତକ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022