ଜାମ୍ମୁକାଶ୍ମୀରରେ ଯାତ୍ରୀବାହୀ ବସ୍‌କୁ ଗୁଳିମାଡ଼: ଖାଇକୁ ଖସିଲା ବସ୍, ୩ ମୃତ

Published By : Prameya-News7 Bureau | June 09, 2024 IST

indiatoday

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ବଡ଼ଧରଣ ଆତଙ୍କବାଦୀ ଆକ୍ରମଣ ହୋଇଥିବା କୁହାଯାଉଛି। ରିଆସି ଜିଲ୍ଲାରେ ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଗୁଳିମାଡ଼ ହୋଇଥିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ରବିବାର ଏଭଳି ଘଟଣା ଘଟିଥିବା ଜାମ୍ମୁ-କାଶ୍ମୀର ପୁଲିସ ସୂଚନା ଦେଇଛି। ସବୁଠାରୁ ବଡ଼ କଥା ହେଲା ଆତଙ୍କବାଦୀ ଆକ୍ରମଣ ପରେ ବସ୍‌ଟି ଖାଇ ଭିତରକୁ ଖସି ପଡ଼ିଛି। 

ପୁଲିସର ସୂଚନା ଅନୁସାରେ, ବସ୍‌ଟି ଶିବଖୋଡ଼ା ମନ୍ଦିରର କତ୍ରା ଆଭିମୁଖେ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ପୁଲିସ ବିଶେଷ ସୂତ୍ରରୁ ପାଇଥିବା ସୂଚନା ଅନୁସାରେ, ରାଜୌରୀ, ପୁଞ୍ଚ ଓ ରିଆସିରେ ଲୁଚିଥିବା ଆତଙ୍କବାଦୀଙ୍କ ଗ୍ରୁପ୍‌ ହିଁ ଏହି ଆକ୍ରମଣ ଘଟାଇଛି। ଆକ୍ରମଣ ଖବର ପାଇବା ପରେ ପୁଲିସ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.