ପ୍ୟାରିସ୍‌ ଗୁଳିକାଣ୍ଡ: ୪ ଜଣଙ୍କୁ ଗୁଳି କରି ହତ୍ୟା କଲେ ୬୯ ବର୍ଷୀୟ ବ୍ୟକ୍ତି

Published By : Prameya-News7 Bureau | December 23, 2022 IST

ପ୍ୟାରିସ୍: ଫ୍ରାନ୍ସର ପ୍ୟାରିସ୍‌ରେ ଗୁଳିକାଣ୍ଡ। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତକୁ ପୁଲିସ ଗରିଫ କରିଛି। ଏବେ ବିପଦ ଟଳିଯାଇଛି ବୋଲି ପ୍ୟାରିସ୍ ପୁଲିସ କହିଛି। ପ୍ୟାରିସର ସେଣ୍ଟ୍ରାଲ ଡିଷ୍ଟ୍ରିକକ୍ଟରେ ରୁଏଡି ଏଙ୍ଘିଆନ୍‌ରେ ଏହି ଗୁଳିକାଣ୍ଡ ହୋଇଥିଲା।

wp:html /wp:html

ଘଟଣାରେ ୬୯ ବର୍ଷୀୟ ବୟସ୍କ ବ୍ୟକ୍ତିକୁ ଗିରଫ କରାଯାଇଛି। ତେବେ ବୟସ୍କ ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଗୁଳିକାଣ୍ଡ ଘଟାଇଲେ ସେ ନେଇ ପଚରାଉଚରା ଜାରି ରହିଛି ବୋଲି ପୁଲିସ ସୂଚନା ନ୍ୟୁଜ୍ ଏଜେନ୍ସି ଏଏଫ୍‌ପିକୁ ସୂଚନା ଦେଇଛି।

କୁର୍ଦ୍ଦିଷ୍ଟ କମ୍ୟୁନିଷ୍ଟ ସେଣ୍ଟର ରୁଏଡି ଏଙ୍ଘିଆନ୍‌ ଓ କୁର୍ଦ୍ଦିଷ୍ଟ ରେସ୍ତୋରାଁରେ ବି ଏହି ଆକ୍ରମଣ ହୋଇଛି ବୋଲି ମେୟର ଆଲେକ୍ସାଣ୍ଡର କର୍ଡେବାର୍ଡ କହିଛନ୍ତି। ଆକ୍ରମଣକାରୀ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.