ଆତଙ୍କବାଦୀ ସଂଗଠନକୁ ପ୍ରହାର, ୭୨ ଘଣ୍ଟାରେ ୨ ଖଲ୍ଲିସ୍ତାନୀ ଆତଙ୍କୀ ନିହତ, ଜଣେ ଗିରଫ

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଲୀ: ଖଲ୍ଲିସ୍ତାନୀ ଆତଙ୍କବାଦୀ ସଂଗଠନକୁ ବଡ଼ ଝଟକା । ତିନି ଦିନରେ ୨ଜଣ  ଖଲ୍ଲିସ୍ତାନୀ ଆତଙ୍କୀ ନିହତ ଓ ଜଣେ ଗିରଫ । ପାକିସ୍ତାନରେ ଗ୍ୟାଙ୍ଗଷ୍ଟର ହରବିନ୍ଦର ସିଂହର ମୃତ୍ୟୁ ହୋଇଥିବାବେଳେ ଇଟାଲୀରେ ହୈପ୍ପି ସଂଘେରା ନିହତ ହୋଇଛି । ଅନ୍ୟ ଜଣକୁ ଏନଆଇଏ ଟିମ୍ ଗିରଫ କରିଛି ।

ପାକିସ୍ତାନ, ପଞ୍ଜାବ, କାନାଡ଼ା ସମେତ ବିଭିନ୍ନ ଦେଶରେ ଚିତ୍କାର କରୁଥିବା ଖଲ୍ଲିସ୍ତାନୀ ଆତଙ୍କବାଦୀ ସଂଗଠନକୁ ଶକ୍ତ ଝଟ୍‌କା ଲାଗିଛି । ୭୨ଘଣ୍ଟା ମଧ୍ୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଗିରଫ ହୋଇଛି । ଏମାନେ ଭାରତ ବିରୋଧରେ ଆତଙ୍କୀ ଷଡ଼ଯନ୍ତ୍ର ଚଳାଇଥିଲେ । ଗ୍ୟାଙ୍ଗଷ୍ଟର ହରବିନ୍ଦର ସିଂହ ରିନ୍ଦାର ମୃତ୍ୟୁ ପାକିସ୍ତାନରେ ହୋଇଛି । ସେହିପରି ହୈପ୍ପି ସଂଘେରାଙ୍କୁ ଇଟାଲୀରେ ଏନକାଉଣ୍ଟର କରାଯାଇଛି । ଅନ୍ୟପଟେ କୁଲବିନ୍ଦର ସିଂହ ଖପୁରିଆକୁ ବ୍ୟାଙ୍କକରୁ ଗିରଫ କରିଛି ଭାରତୀୟ ଯାଞ୍ଚ ଏଜେନ୍ସି ଏନଆଇଏ (NIA) ।

ଏନଆଇଏର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ହରବିନ୍ଦର ସିଂହ ରିନ୍ଦାର ମୃତ୍ୟୁ କିଡନୀ ଫେଲ୍ ଯୋଗୁ ହୋଇଛି । ଓଭର ଡୋଜ୍ ଡ୍ରେଗ୍ସ ସେବନ ପାଇଁ ପ୍ରାଣହରାଇଛି । ତେବେ ରିନ୍ଦାଙ୍କୁ କିଏ ଡ୍ରଗ୍ସ ଦେଇଥିଲା ଏବାବଦରେ କୌଣସି ସୂଚନା ନାହିଁ । ହରବିନ୍ଦର ସିଂ ରିନ୍ଦା ପାକିସ୍ତାନରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିଲା । ୧୯ ନଭେମ୍ବରରେ ରିନ୍ଦାର ମୃତ୍ୟୁ ହୋଇଛି । ରିନ୍ଦା ବବ୍ବର ଖଲ୍‌ସା ଇଣ୍ଟରନ୍ୟାସନାଲର ସଂଗଠନର ସଦସ୍ୟ ଥିଲା । ଭାରତୀୟ ସୀମାରେ ଡ୍ରଗ୍ସ ଓ ମାରଣାସ୍ତ୍ର ତସ୍‌କରୀରେ ଲିପ୍ତ ରହିଥିଲା । ସେପଟେ ହରବିନ୍ଦର ସିଂହ ବଞ୍ଚିଥିବା ଆତଙ୍କୀ ସଂଗଠନ ଆଇଏସଆଇ ଦାବି କରିଛି ।

ରିନ୍ଦା ଭଳି ଆତଙ୍କୀ ହୈପ୍ପି ସଂଘେରାର ମଧ୍ୟ ମୃତ୍ୟୁ ହୋଇଛି । ଇଟାଲୀରେ ହୈପ୍ପିକୁ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି । ସେହିପରି କୁଲବିନ୍ଦରଜିତ୍ ସିଂହକୁ ଏନଆଇଏ ଗରିଫ କରିଛି । ବ୍ୟାଙ୍କକ୍ ଯାଉଥିବାବେଳେ ଦିଲ୍ଲୀ ଏୟାର ପୋର୍ଟରୁ ବାନ୍ଧିଲା ଏନଆଇଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.