scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩ ନାବାଳିକା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ, ୫୦ ହଜାର ଟଙ୍କା ଜରିମାନା

29/11/2023 at 4:57 PM

କେନ୍ଦୁଝର ୨୯।୧୧: କେନ୍ଦୁଝରରେ ତିନି ଜଣ ନାବାଳିକା ଗଣ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଏଡିଜେ କମ୍ ସ୍ପେଶାଲ ଜଜ୍ ପୋକ୍ସୋ । ଏହାସହ ପୀଡିତାକୁ ୭ ଲକ୍ଷ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆଦେଶ ଦେଲେ କୋର୍ଟ ।

ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ମାର୍ଚ୍ଚ ୫ ତାରିଖ ଦିନ ପାଟଣା ଥାନା ଅଞ୍ଚଳରେ ପୀଡ଼ିତା ନିଜ ଭାଇ ସହ ଜାଗର ମେଳା ଦେଖିବାକୁ ଆସି ଦୋଳି ଖେଳୁଥିବା ସମୟରେ ରଞ୍ଜିତ ମହାନ୍ତି, ରବୀନ୍ଦ୍ର ନାଏକ ଓ ସୁନୀଲ ବେହେରା ତାକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ । ଘଟଣା ପ୍ରଘଟ କଲେ ହତ୍ୟା କରିବାର ଧମକ ଦେଇ ଚାଲି ଯାଇଥିଲେ । ଏହି କେସ୍‌ରେ ୧୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି ।

You Can Read :

   Related Posts