ଭୁବନେଶ୍ବର ୨୩।୨: ଦୁଇ ଦିନିଆ ରିମାଣ୍ଡରେ ୩ ଗଞ୍ଜେଇ ବେପାରୀ । ବାହାର ରାଜ୍ୟରେ ନିଶା କାରବାର ସମ୍ପର୍କରେ ଗୁମର ଖୋଲିବେ ନିଶା ମାଫିଆ । ଝାଡଖଣ୍ଡୀ ନିଶା ମାଫିଆଙ୍କୁ ରିମାଣ୍ଡରେ ଆଣିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ୩ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ ହୋଇଥିବା । ଦୁଇ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ଭୁବନେଶ୍ବର କୋର୍ଟ । ଆର୍ଥିକ କାରବାର, ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ନେଇ ହେବ ଖୋଳତାଡ଼ ।
ସ୍ପେଶାଲ କ୍ରାଇମ୍ ୟୁନିଟ୍ ପରେ ଏମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ଝାଡଖଣ୍ଡ ପୋଲିସ । ଝାଡ଼ଖଣ୍ଡର ରବିଶଙ୍କର ଦାସ, ରାଜେଶ ଦାସ ଓ ଲ' କିଶୋର ସହଦେବ ରିମାଣ୍ଡରେ ଆସିବେ । ଗଞ୍ଜେଇ ଲିଙ୍କ୍ ନେଇ ଅନେକ ଗୁମର ଖୁବଶୀଘ୍ର ଖୋଲିବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୩ ଅଭିଯୁକ୍ତଙ୍କୁ ୧୨ ଫେବ୍ରୁଆରୀରେ ଗିରଫ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ମାଲକାନାଗିରିରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ କାବୁ କରିଥିଲା ପୋଲିସ । ପୀତାପଲ୍ଲୀ ଛକ ନିକଟରେ ପୋଲିସକୁ ଚକମା ଦେଇ ଖସିଯାଇଥିଲେ ନିଶା ମାଫିଆ । କିନ୍ତୁ ପାହାଳ ଛକ ନିକଟରେ ୨ଟି କାର୍ ସହ ୩ ଅଭିଯୁକ୍ତଙ୍କୁ ଗୋଡେଇ ଗୋଡେଇ ଧରିଥିଲା ପୋଲିସ । ଗାଡି ଭିତରୁ ୩୦୦ କେଜି ଗଞ୍ଜେଇ ଜବତ ହୋଇଥିଲା । ସିକ୍ରେଟ୍ ଚାମ୍ବର ଯୋଗେ ପୁଷ୍ପା ଷ୍ଟାଇଲରେ ଚାଲାଣ ହେଉଥିଲା ଗଞ୍ଜେଇ ।
You Can Read :
wp:embed {"url":"https://www.prameyanews7.com/exchange-of-fire-between-sog-jawans-and-maoists-in-bargarh-district/","type":"wp-embed","providerNameSlug":"prameya-news-7"}