କାଳବୈଶାଖୀ ତାଣ୍ଡବ : ବଜ୍ରପାତରେ ୩ ଗୁରୁତର, ୭ ବଖରା ଘର ପୋଡି ପାଉଁଶ
6/06/2019 at 8:20 AM

ସୋର ୬|୬: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରାଘାତ ହେବାରୁ ଦୁଇ ଜଣ ପୁରୁଷଙ୍କ ସହ ଜଣେ ମହିଳା ଗୁରୁତର ହୋଇଛନ୍ତି । ବସନ୍ତ ସେଠୀ ଓ ରମାକାନ୍ତ ଜେନା ଦୁହେଁ ବାରାଯୋଡିଲରେ ଥିବା ଏକ ପାନ ଦୋକାନରେ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା । ଫଳରେ ସେମାନେ ଗୁରୁତର ହୋଇପଡିଥିଲେ ।

ସେପଟେ ବଡପୋଖରୀ ଗାଁର ମୀନତୀ ଜେନା ମଧ୍ୟ ବଜ୍ରାଘାତରେ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ଖଇରା ଡାକ୍ତରଖାନା ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ସାନକମାରୀ ଗାଁରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ପୋଡି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।
Related Posts
ଏସ୍ଆଇଏଚ୍ -୨୦୨୩ ପାଇଁ କ୍ଵାଲିଫାଏ କଲା ITERର ୧୦ଟି ହାକାଥନ୍ ଟିମ୍
21 September 2023