ଢେଙ୍କାନାଳରେ ହାତୀପଲଙ୍କ ଉପଦ୍ରବ: ଆକ୍ରମଣରେ ୩ଜଣ ଗୁରୁତର, ବନବିଭାଗର ଅବହେଳା ନେଇ ରାସ୍ତାରୋକ

Published By : Prameya-News7 Bureau | November 28, 2020 IST

ଢେଙ୍କାନାଳ ୨୮।୧୧: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ହାତୀପଲଙ୍କ ଉପଦ୍ରବ । ହାତୀପଲଙ୍କ ଉପରେ ବନବିଭାଗର ନୟନ୍ତ୍ରଣ ରହୁନଥିବାରୁ ପରଜଙ୍ଗ ସାଆନ୍ଦା ପୂର୍ତ୍ତ ବିଭାଗ ରାସ୍ତା ଉପରେ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି । ହାତୀ ଆକ୍ରମଣରେ ୩ଜଣ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ କଟାବାହାଳ ଛକରେ ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ରେଞ୍ଜର ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧରୁ ହଟିଥିଲେ ସ୍ଥାନୀୟଲୋକେ ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ଏହି ରାସ୍ତା ଦେଇ ଯାଉଥିବା ବେଳେ ୩ଜଣ ଯାତ୍ରୀଙ୍କୁ ହାତୀପଲ ଆକ୍ରମଣ କରିଥିଲେ । ବାଇକ ଯୋଗେ ଏହି ରାସ୍ତା ଦେଇ ୩ଜଣ ଯାଉଥିବାବେଳେ କଟାବାହାଳ ନିକଟରେ ହାତୀ ପଲଙ୍କ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ କି ହାତୀ ଆକ୍ରମଣରେ ସେମାନେ ଗୁରୁତର ହୋଇଥିଲ। ସ୍ଥାନୀୟଲୋକ ସେମାନଙ୍କୁ ହାତୀପଲଙ୍କ କବଳରୁ ଉଦ୍ଧାର କରି ପ୍ରଥମେ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଗୁରୁତର ହୋଇଥିବା ବ୍ୟକ୍ତିମାନେ ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହଳ ଗାଁର ବିଶ୍ୱନାଥ ପ୍ରଧାନ, ବାଇଗିଣିଆ ଗାଁର ସରୋଜ ଭୋଇ ଓ କାର୍ତ୍ତିକ ଭୋଇ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.