ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର, ଘଉଡାଇବାକୁ ବନ ବିଭାଗ ନାକେଦମ

Published By : Prameya-News7 Bureau | May 25, 2024 IST

ଭୁବନ ୨୫।୫: ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର । ଭାଲୁ ଘଉଡାଇବାକୁ ବନ ବିଭାଗ ନାକେଦମ ହେଲାଣି । ଶୁକ୍ରବାର ସନ୍ଧ୍ୟାରେ ଭୁବନ ବନାଞ୍ଚଳ ଅଧିନ ନୂଆ ଭୁବନ ବନ୍ଦାଳ ସାହିରେ ଭାଲୁ ଆତଙ୍କ ଦେଖାଦେଇଛି । ସନ୍ଧ୍ୟା ସମୟରେ ଖାଦ୍ୟ ଅନ୍ବେଷଣରେ ଆସି ବନ୍ଦାଳ ସାହିରେ ପଶିଯାଇଥିଲା ଭାଲୁ । ଲୋକମାନଙ୍କର ହୋହଲ୍ଲା ଶୁଣି ପ୍ରାଣଭୟରେ ଭାଲୁଟି ଏଣେତେଣେ ଦୌଡିବାକୁ ଲାଗିଥିଲା । ଏହି ସମୟରେ ବନ୍ଦାଳ ସାହିର ୫୧ ବର୍ଷ ବୟସ୍କ ବାବୁଲି ମହାପାତ୍ର ଘରୁ ସାଇକେଲ ବାହାର କରୁଥିବା ସମୟରେ ଭାଲୁ ହାବୁଡରେ ପଡିଯାଇଥିଲେ । ଯାହା ଫଳରେ ତାଙ୍କର ବାମ ହାତକୁ ଭାଲୁ କାମୁଡି ରକ୍ତାକ୍ତ କରି ଦୌଡି ପଳାଇଥିଲା । 

ସାହିର ଦୁଇ ମହିଳା ଶୌଚ ପାଇଁ ଯାଉଥିବା ସମୟରେ ଦୁହେଁ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ତେବେ ତିନି ଜଣଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଭାଲୁ ଘଉଡାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଅନ୍ଧାର ରାତିରେ ଭାଲୁଟି କେଉଁଆଡେ ଗଲା ତାହା ଜଣାପଡିନାହିଁ । ଯାହା ଫଳରେ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାପଡିଛି ।

You Can Read :

ସୁବର୍ଣ୍ଣପୁର ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ପାଳିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.