ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି, ଜଣେ ମହିଳା ମୃତ

Published By : Prameya-News7 Bureau | February 22, 2024 IST

ମାଲକାନଗିରି: ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି, ଜଣେ ମହିଳା ମୃତ। ଘଟଣା ଘଟିଛି ଖଇରପୁଟ ବ୍ଳକ ଅଣ୍ଡ୍ରାହାଲ ନିକଟରେ। ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଅଣ୍ଡ୍ରାହାଲରୁ ଏକ ଜିପ୍‌ କୋରାପୁଟ ଜିଲ୍ଲା ଅନକାଡେଲିକୁ ଯାଉଥିଲା। ହେଲେ ଓତାଙ୍ଗଗୁଡ଼ା ଛକ ନିକଟରେ ଭାରସାମ୍ୟ  ହରାଇ ଓଲଟି ପଡ଼ିବା ଯୋଗୁଁ ଏଥିରେ ଥିବା ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଥିଲେ।

ତେବେ ସ୍ଥାନୀୟ ଲୋକେ ଆହତଙ୍କୁ ଅନକାଡେଲି ଚିକିତ୍ସାଳୟକୁ ନେଇଥିଲେ। ତେବେ, ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ସେ ଅଣ୍ଡ୍ରାହାଲର ହୋଇଥିବା ଜଣାପଡ଼ିଛି । ସେପଟେ ଖବରପାଇ ଘଟଣାସ୍ଥଳରେ ଖଇରପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ସିରିଜ୍ ଦୁର୍ଘଟଣା, ୨ କାର୍ ଓ ଗୋଟିଏ ବାଇକ୍‌କୁ ଧକ୍କାଦେଲେ ମଦ୍ୟପ କାର୍ ଡ୍ରାଇଭର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.