ଛତିଶଗଡ଼ ଜଙ୍ଗଲରୁ ଚିତାବାଘ ଶିକାର : ଓଡ଼ିଶାରୁ ବନ୍ଧାହେଲେ ୩ ଶିକାରୀ

Published By : Prameya-News7 Bureau | May 24, 2024 IST

ଉମରକୋଟ ୨୪।୫: ଛତିଶଗଡ଼ର ଇନ୍ଦାଗାଓଁ (ଦେଓଭୋଗ) ରେଞ୍ଜ ଅନ୍ତର୍ଗତ ଅମଲିପଦର ଉପ-ରେଞ୍ଜ ଅଧୀନରେ ରହିଥିବା ଛୈଲା ଜଙ୍ଗଲରେ ଗତ ମେ’ ମାସ ୧୯ ତାରିଖ ଦିନ ବନ ବିଭାଗ ପକ୍ଷରୁ ଏକ ମୃତ ଚିତାବାଘ ଜବତ କରାଯାଇଥିବା ବେଳେ ଏହାର ଶିକାର ଅଭିଯୋଗରେ ଓଡ଼ିଶାର ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଦେଓଭୋଗ ଡିଏଫଓ  ରାଜେନ୍ଦ୍ର ସୋରିଙ୍କ ନେତୃତ୍ବରେ ଗଠିତ ଏକ ଟିମ୍ ଛୈଲା ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଫାଶ ଲାଗି ଏକ ମୃତ ଚିତାବାଘ ଜବତ ହୋଇଥିଲା  । ପରେ ବନ ବିଭାଗ ସୀମାନ୍ତରେ ରହିଥିବା କିଛି ଗ୍ରାମରେ ତଦନ୍ତ କରିବା ପରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମର ରାଜମନ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିଥିଲା । ଏହି ଘଟଣାରେ ରାଜମନ ଆଉ ଦୁଇ ଜଣ ସହଯୋଗୀ ମାଳତୁ ସାନ୍ତା ଓ ରମେଶ ସାନ୍ତାଙ୍କ ନାମ ପ୍ରକାଶ କରିଥିବା ବେଳେ ସେମାନେ ଫେରାର ରହିଥିଲେ l ଗୁରୁବାର ଦେଓଭୋଗ ଡିଏଫଓ ରାଜେନ୍ଦ୍ର ସୋରି ଏବଂ ଇନ୍ଦାଗାଓନ୍ (ଦେଓଭୋଗ) ରେଞ୍ଜର ଅଶ୍ୱିନ୍ ଦାସ ମର୍ଚୁଲିଆ ଏକ ଟିମ ଗଠନ କରି ଓଡ଼ିଶାର ହଳଦୀ ପଞ୍ଚାୟତ ଡଙ୍ଗରିଗୁଡ଼ାକୁ ଯାଇ ସେଠାରୁ ସେଇ ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଗରିଆବନ୍ଧ କୋର୍ଟକୁ ଚାଲାଣ କରିଛନ୍ତି l ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଫାଶ ଲଗାଇଥିବା ବେଳେ ଏହି ଫାଶରେ ଚିତାବାଘ ପଡ଼ି ଯାଇ ମୃତ୍ୟୁ ଘଟିଥିଲା l ବନ ବିଭାଗ ମୃତ ଚିତାବାଘର ବ୍ୟବଚ୍ଛେଦ କରି ବନ ବିଭାଗ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିବା ବନ ବିଭାଗ ପକ୍ଷରୁ କହିଛନ୍ତି l 

You Can Read :

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ, ସାଢେ ୧୧ଟାରେ ଓ୍ବେବସାଇଟ୍‌ରେ ମିଳିବ ରେଜଲ୍ଟ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.