LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଶିକାରୀ ଗୁଳିରେ ବନ କର୍ମଚାରୀ ନିହତ ଘଟଣା : ପୁଣି ୩ ଶିକାରୀ ଅଟକ, ୫ ବନ୍ଧୁକ ଜବତ

26/05/2023 at 2:40 PM

ବାରିପଦା ୨୬।୫: ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣାରେ ୩ ଶିକାରୀ ଗିରଫ ହୋଇଛନ୍ତି । ପୋଲିସର କମ୍ବିଂ ଅପରେସନରେ ଆଉ ୩ ଜଣ ଶିକାରୀ ଧରାପଡିଛନ୍ତି । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚରା ଜାରି ରହିଛି । ୩ ଜଣଙ୍କ ନିକଟରୁ ଆଉ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗୁରୁବାର ରାତିରେ ପୋଲିସର ସ୍ବତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ ଅପରେସନ ଚଳାଇବା ବେଳେ ଏହି  ସଫଳତା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ବନରକ୍ଷୀ ବିମଳ ଜେନାଙ୍କର ମୃତ୍ୟୁ ହେବା ପରେ ଏହି ଅପରେସନ ଜାରି ରହିଛି । ଏହି ଘଟଣାକୁ ମିଶାଇ ପୋଲିସ ମୋଟ୍ ୬ ଶିକାରୀଙ୍କୁ ଧରିବା ସହିତ ୧୦ଟି ଦେଶୀ ବନ୍ଧୁକ ଜବତ କରିଲାଣି ।

   Related Posts