ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ୩ ଆହତ

Published By : Prameya-News7 Bureau | December 19, 2021 IST

ଯାଜପୁର ୧୯।୧୨: ଯାଜପୁର ରୋଡ଼ ଥାନା ଖପୁରୀଆପଦା ଗାଁରେ ଗୋଷ୍ଠୀ ସଂଘର୍ଷ । ଏଥିରେ ୩ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":561671,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଖପୁରୀଆପଦା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ରାଜନୈତିକ ଶତ୍ରୁତାରୁ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ଏବେ ଯାଏଁ କିଛି ସଠିକ୍‌ ସୂଚନା ମିଳିନାହିଁ । ଶନିବାର ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଖବର ରହିଛି । ତେବେ ପୋଲିସ ଘଟଣାରେ ଫୁଙ୍ଖାନୁଫୁଙ୍ଖ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ସେପଟେ ଆହତମାନଙ୍କୁ  ଚିକିତ୍ସା ଲାଗି ଦାନଗଦୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.