କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ତିନି ଗିରଫ

Published By : Prameya-News7 Bureau | September 22, 2022 IST

ଉଦଳା ୨୨।୦୯ : କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ଏହାସହିତ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୩ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ମରେଈଗାଁର ମୁରଲୀ ପାତ୍ର, ବାବୁ ସିଂ ଏବଂ କାକବୁରେଇ ଗ୍ରାମର ମହେଶ୍ୱର ହାତୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଚୋରା କାଠ ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଗୁରୁବାର ଭୋର ସମୟରେ ଉଦଳା ବନ ବିଭାଗ କର୍ମଚାରୀ ଅମ୍ବିକାଦେଇପୁର ଅଞ୍ଚଳରେ ଚଢ଼ାଉ କରିଥିଲେ। ଏହି ସମୟରେ ବାଲେଶ୍ୱର ଜିଲ୍ଲାକୁ କାଠ ଚୋରା ଚାଲାଣ ହେଉଥିବା ଏକ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଥିଲେ। ଏହାସହିତ ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ଜବତ କାଠର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.