ଖଇରମାଲ ରଘୁପଡ଼ାରେ ହାତୀ ମୃତ୍ୟୁ ଘଟଣା, ୩ ଅଭିଯୁକ୍ତ ଗିରଫ
9/01/2023 at 8:21 AM

ସମ୍ବଲପୁର ୦୯।୦୧ : ସମ୍ବଲପୁର ଖଇରମାଲ ରଘୁପଡ଼ା ହାତୀ ମୃତ୍ୟୁ ଘଟଣା । ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଶାନ୍ତ ମିର୍ଦ୍ଧା, ଦିଲ୍ଲିପ ମିର୍ଦ୍ଧା ଓ ବିଦେଶୀ ମିର୍ଦ୍ଧା। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବନଖଣ୍ଡ ଡିଏଫଓ ବିଶ୍ବନାଥ ନିଲାନଓ୍ବର।
ତେବେ ଅଭିଯୁକ୍ତମାନେ ପୌଷ ପୂର୍ଣ୍ଣିମା ଅବସରରେ ବାରାହ ଶିକାର ପାଇଁ ବିଦ୍ୟୁତ ଫାଶ ଲଗାଇଥିଲେ। ବିଦ୍ୟୁତ ଫାଶରେ ପଡି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଏମାନେ ସ୍ବୀକାର କରିଥିବା ଡିଏଫଓ ସୂଚନା ଦେଇଛନ୍ତି। ଏହା ସହ ହାତୀଟିର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଥିବା କହିଛନ୍ତି ଡିଏଫଓ।
ସେପେଟ ଖବର ପାଇ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାର ଛାନଭିନ ଆରମ୍ଭ କରିଛନ୍ତି। ଯୁଯୁମୁରା ଅଞ୍ଚଳରେ ପୂର୍ବରୁ ମଧ୍ଯ ଅନେକ ହାତୀ ମୃତ୍ଯୁର ଖବର ଆସିଥିବାବେଳେ ଏହି ହାତୀର ମୃତ୍ଯୁ ବନ ବିଭାଗର ହାତୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରହା ଫାଶ ପାଇଁ ବିଛା ଯାଇଥିବା ବିଦ୍ଯୁତ ତାର ଲାଗି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।