ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୩ ଗିରଫ
16/01/2023 at 7:56 AM

ମୁନିଗୁଡ଼ା ୧୬।୦୧ : ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ଏହାସହିତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ରାୟଗଡ଼ା ଜଲ୍ଲା ମୁନିଗୁଡ଼ା ରେଳଷ୍ଟେସନ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି ।
ବିଶେଷସୁତ୍ରରୁ ଖବର ପାଇ ପୋଲିସ ରେଳଷ୍ଟସନ ନିକଟରେ ଥିବା ଅଟୋ ଷ୍ଟାଣ୍ଡରେ ଛପିରହିଥିଲା । ଏହି ସମୟରେ ୩ ଜଣ ଏକ ଟ୍ରଲି ବ୍ୟାଗରେ ଗଞ୍ଜେଇ ଆଣି ଷ୍ଟେସନ ପଟୁ ଯିବା ସମୟରେ ପୋଲିସ ଧରିବାର ସକ୍ଷମ ହୋଇଥିଲା । ଏହାପରେ ୩ଜଣଙ୍କୁ ଯାଞ୍ଚ ପରେ ସେମାନଙ୍କ ନିକଟରୁ ୨୨ କେଜିର ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨ଳକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ତେବେ ଗିରଫ ହୋଇଥିବା ତିନି ଜଣେ ହେଲେ ଉତ୍ତରପ୍ରଦେଶର ସନ୍ତୋଷ କୁସାଓ୍ୱାଆ, ପଶ୍ଚିମବଙ୍ଗର ରେହେନା ବିବି ଓ ଗଜପତି ଅଞ୍ଚଳରେ ପିତାମ୍ବର ପରିଛା ବୋଲି ଜଣାପଡିଛି । ଏମାନ କନ୍ଧମାଳରୁ ଗଞ୍ଜେଇ ଆଣି କୋଲକାତା ନେବା ପାଇଁ ଯୋଜନା କରୁଥିଲେ ।