ଗଞ୍ଜେଇ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଚଢାଉ କରି ତିନି ମାଫିଆଙ୍କୁ ଗିରଫ କଲା ପୋଲିସ
15/09/2022 at 2:27 PM

ମୁନିଗୁଡ଼ା ୧୫।୦୯ : ମୁନିଗୁଡ଼ା ପୋଲିସକୁ ସଫଳତା । ଗଞ୍ଜେଇ ବିକ୍ରି ପାଇଁ ଯୋଜନା ବେଳେ ମାଡିବସିଲା ପୋଲିସ । ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ତିନି ଜଣ ମାଫିଆଙ୍କ ଗିରଫ କରିଛି ପୋଲିସ । ଏହାସହିତ ୩ଟି ବାଇକ ମଧ୍ୟ ଜବତ ହୋଇଛି ।
ବିଶେଷ ସୁତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ପାଣ୍ଡରାଖାଲ ଛକ ନିକଟରେ ଚଢ଼ାଉ କରିଥିଲା । ସେଠାରେ ୭ଟି ବ୍ୟାଗ୍ରେ ଚାଲାଣ ପାଇଁ ରଖିଥିବା ୧୩୦ କିଲୋ ଗଂଜେଇ ଏବଂ ସେମାନଙ୍କ ବ୍ୟବହୃତ ୩ଟି ବାଇକ ଜବତ ହୋଇଛି । ଏହାସହ ତିନିଜଣ ଗଂଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଫିଆ ହେଲେ ଗଜପତିର ଖରିଆଗୁଡା ଗାଁର ସୁରେନ୍ଦ୍ର ଶୋଭାସୁନ୍ଦର, ସୁରେନ୍ଦ୍ର ମାଳି ଓ ପଦ୍ମପୁର ଥାନାର ଉଣ୍ଡରୁଗୁଡ଼ା ଗାଁର କରଣ ପାଲକା। ତେବେ ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ୧୩ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023