scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚୋରି ଘଟଣା : ୩ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

7/12/2020 at 12:22 PM

ଖଲ୍ଲିକୋଟ ୦୭।୧୨: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର । କରୋନା ମହାମାରୀ ସମୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଟିଏମ୍‌ସିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ଲଗାଯାଇଥିଲା । ଯାହାକୁ ଚୋରୀ କରାଯାଇଥିବାର ଅଭିଯୋଗ ହୋଇଥିଲା । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ୩ଜଣଙ୍କ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ  ଅନ୍ତର୍ଗତ ବଡ଼ଝାର ଗ୍ରାମର ସନ୍ତୋଷ କୁମାର ଜେନା,ପ୍ରଶାନ୍ତ ଜେନା ଓ ଜିତେନ୍ଦ୍ର ମହାରଣା ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ରମ୍ଭା ଥାନା ଅଞ୍ଚଳର ରଘୁନାଥ ପୁର,ଲୁଙ୍ଗୁରୀ,ଗଡ଼ହୁମ୍ମା,ବେଲପଡା, ବୋରୀଗାଁ ,ନିଳାଦ୍ରୀପୁର ଆଦି ଗାଁରୁ  ଏବଂ ଛତ୍ରପୁର ମେରାଇନ ଥାନା ସାନଆର୍ଜି ପଲ୍ଲୀ, ବଡ଼ ଆର୍ଜିପଲ୍ଲୀ ହାଇସ୍କୁଲରୁ ଚୋରୀ ହୋଇଥିବାର ଅଭିଯୋଗ ଆସିଥିଲା। ଏନେଇ ରମ୍ଭା ଥାନାରେ ୭ଟି ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଏମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା । ଏସଡିପିଓଙ୍କ ନେତୃତ୍ୱରେ ରମ୍ଭା, ଖଲ୍ଲିକୋଟ, ଗଞ୍ଜାମ ଓ ହୁମ୍ମା ଫାଣ୍ଡି ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠିତ ହୋଇଥିଲା।

ବିଶେଷ ସୁତ୍ରରୁ ପୋଲିସ ଖବର ପାଇ ୩ଜଣ ଅଭିଯୁକ୍ତ ବାଇକ ଯୋଗେ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥରେ ପୋଲିସ ଅଟକ ରଖିଥିଲା । ଏହାପରେ ଛାନ୍‌ଭିନ୍‌ ଆରମ୍ଭ କରିବା ପରେ ଚୋରୀ ସାମଗ୍ରୀ ବିଷୟରେ ତଥ୍ୟ ହସ୍ତଗତ ହୋଇଥିଲା । ଏକ ଭଡ଼ା ଘରେ ସମସ୍ତ ସାମଗ୍ରୀ ଲୁଚାଇ ରଖିଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ । ସେମାନଙ୍କ ନିକଟରୁ  ୬ଟି ଏଲଇଡି ଟିଭି, ୨ଟି କଟର ,ଗୋଟିଏ ହିଟର , ଇନଭେଟର ସହ ବ୍ୟାଟେରୀ , ଗୋଟିଏ ପଲସର ବାଇକ,  ନଗଦ ୧୨୫୦ ଟଙ୍କା, ୱାଟର ହିଟର, ସିସିଟିଭି ଆଦି ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ସୂଚନା ପ୍ରଦାନ କରିଛନ୍ତି ।  

   Related Posts