ବାଲିପାଟଣାରୁ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ତିନି ଗିରଫ

Published By : Prameya-News7 Bureau | September 25, 2022 IST

ଭୁବନେଶ୍ୱର ୨୫।୦୯ : ରାଜଧାନୀ ଉପକଣ୍ଠ ବାଲିପାଟଣାରୁ ୪ ଶହ ଗ୍ରାମ ବ୍ରାଉନସୁଗାର ଜବତ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ। ବ୍ରାଉନସୁଗାର କାରବାରରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ୩ ଅଭିଯୁକ୍ତ ବାଲେଶ୍ଵର ଅଞ୍ଚଳର ଶେଖ ମୁନା, ଅଫତାର ହୁସେନ, ଇସମାଇଲ ଖାନ।

କମିଶନରେଟ ପୋଲିସର ଅପରେସନ୍ ହ୍ଵାଇଟ୍ ସ୍ପାଇଡରରେ ଏହି ବ୍ରାଉନସୁଗାର ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବାଇକ୍, ସ୍କୁଟି ସହ ମୋବାଇଲ ଜବତ କରାଯାଇଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ସଂପର୍କରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.