scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରାଉନ୍‌ସୁଗାର ବେପାର ଲାଗି ଗାଁକୁ ଆସିଥିଲେ, ପୋଲିସ ପହଞ୍ଚିବା ପୂର୍ବରୁ ନିଶାଡିଙ୍କୁ ବାନ୍ଧିଲେ ଗାଁ ମହିଳା

9/11/2022 at 1:38 PM

ଭୁବନେଶ୍ୱର ୦୯।୧୧ : ବ୍ରାଉନସୁଗାର ଗ୍ରାହକଙ୍କୁ ବାନ୍ଧିଲେ ମହିଳା । ପୋଲିସ ଆସିବା ପୂର୍ବରୁ ବ୍ରାଉନସୁଗାର ଗ୍ରାହକକୁ ବାନ୍ଧି ପକାଇଲେ ଗାଁର ମହିଳା । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁରୁ ଆସିଛି ଏପରି ଘଟଣା ।

ଖବର ଅନୁଯାୟୀ, କୁଳନ୍ତିରା ଗାଁକୁ ୩ ଯୁବକ ବାରମ୍ବାର ଆସୁଥିଲେ । ଯାହାକୁ ଦେଖି ସନ୍ଦେହ କରିଥିଲେ ଗାଁର ମହିଳା । ପରେ ୩ ଯୁବକଙ୍କୁ କେଉଁ କାରଣ ପାଇଁ ଗାଁକୁ ଆସୁଛନ୍ତି ବୋଲି ପଚାରିଥିଲେ ମହିଳା । ଏଥିରେ ଉତ୍ୟକ୍ତ ହୋଇ ନିଶାଡିମାନେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଗାଁ ଲୋକେ ଏକାଠି ହୋଇ ସେମାନଙ୍କୁ କାବୁ କରି ନେଇଥିଲେ । ପଚରାଉଚରା ପରେ ବ୍ରାଉନ ସୁଗାର କିଣିବା ପାଇଁ ଗାଁର ଜଣେ ଯୁବକଙ୍କ ପାଖକୁ ଆସିଥିବା କହିଥିଲେ । ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଯୁବକ ଓ ସେମାନେ ବ୍ୟବହାର କରୁଥିବା ବାଇକକୁ ପୁଲିସ ଜବତ କରିଛି । ମହିଳାମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ୩ ଦିନ ତଳେ ବାଲିପାଟଣା ପୁଲିସ ୨ ଲକ୍ଷରୁ ଅଧିକ ଟଙ୍କାର ଧଳା ଜହର ଜବତ କରିଥିଲା ପୋଲିସ ।

   Related Posts