Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ATM ଟଙ୍କା ଗାଡିରୁ ଲୁଟ୍‌ ଘଟଣା, ଡ୍ରାଇଭର ସମେତ ୩ ଗିରଫ

22/08/2021 at 1:19 PM

ବ୍ରହ୍ମପୁର ୨୨।୦୮: ATM ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣା । ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ଡ୍ରାଇଭର୍  ଆଶିଷ କୁମାର ଦିଗାଲ୍,  ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ ରହିଛନ୍ତି । ସେମାନଙ୍କ ନିକଟରୁ ନଗଦ ୨୦  ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ,  ଡିଭାଇନ୍ ସ୍ଳିପ୍ ଲିକ୍ୟୁଏଡ଼ ସହ ୪ଟି ମୋବାଇଲ୍ ଜବତ ହୋଇଛି ।

ଖବର ଅନୁଯାୟୀ, ୧୮ ତାରିଖରେ ଟଙ୍କା ଭର୍ତ୍ତି ଗାଡିକୁ ବ୍ରହ୍ମପୁର ବଡ଼ବଜାର ଏକ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା । ତେବେ ଏହି ସମସ୍ତ ଘଟଣା ଡ୍ରାଇଭର ଆଶିଷ ଦିଗାଲ ନାଟକ ରଚିଥିବା ପୋଲିସ ସମ୍ମୁଖରେ ସ୍ଵୀକାର କରିଥିଲେ।

ATM ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ଡ୍ରାଇଭର୍  ଆଶିଷ କୁମାର ଦିଗାଲ୍,  ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ ରହିଛନ୍ତି । ସେମାନଙ୍କ ନିକଟରୁ ନଗଦ ୨୦  ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ,  ଡିଭାଇନ୍ ସ୍ଳିପ୍ ଲିକ୍ୟୁଏଡ଼ ସହ ୪ଟି ମୋବାଇଲ୍ ଜବତ ହୋଇଛି । ପୁଲବାଣୀ ଜିଲ୍ଲା ସାରଙ୍ଗଗଡ଼ରୁ ଏହି ଟଙ୍କା ଜବତ ହୋଇଛି । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଚାଲିଛି । ଖୁବଶୀଘ୍ର ସମସ୍ତ ତଥ୍ୟ ପଦାକୁ ଆସିବ ।   ଏନେଇ ବ୍ରହ୍ମପୁର ଏସ୍‌ପି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ।

   Related Posts