ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
24/01/2023 at 8:43 AM

ଆନନ୍ଦପୁର ୨୪।୦୧ : ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସା ଥାନା ଅଞ୍ଚଳର ଘଟଣା ।
ଖବର ଅନୁଯାୟୀ, ଗତ ୧୮ ତାରିଖରେ ମହିଳା ଜଣକ ମାଉସୀ ପୁଅ ଭାଇସହ ବୁଲିବାକୁ ଯାଇଥିଲେ । ସଂଧ୍ୟାରେ ଫେରିବ ସମୟରେ କିଛି କାମ ଥିବାରୁ ଭାଇ ତାଙ୍କୁ ଘରଠାରୁ କିଛି ବାଟରେ ଛାଡି ଚାଲିଯାଇଥିଲେ । ଏକାକି ଘରକୁ ଚାଲିଚାଲି ଯାଉଥିବା ସମୟରେ ଏକ ବାଇକରେ ଆସି ୩ ଜଣ ଜଣ ଅଭିଯୁକ୍ତ ମହିଳାଙ୍କୁ ଟେକିନେଇ ବିଦ୍ୟାଧରପୁର ବ୍ୟାରେଜ୍ ନିକଟ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ଆଉ ଏବେ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ସୋସୋ ଥାନା ରାମକୃଷ୍ଣପୁର ଗାଁର ଇଶାନ ନାୟକ , ରମେଶ ପାତ୍ର ଓ ଅନ୍ଧାରି ଗ୍ରାମର ରାମ ଡୁ ରହିଛନ୍ତି । ଗିରଫ ପରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି ।