ଭୁବନେଶ୍ୱର ୧୨।୧୦: ଗୋଟିଏ ଦିନରେ ତିନି ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିବା ଘଟଣା । ବାଲେଶ୍ବର ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡର ଅଧିକାରୀ ନରୋତ୍ତମ ବେହେରାଙ୍କ କ୍ବାଟରରୁ ମିଳିଲା ୬ ଲକ୍ଷ ୩୫ ହଜାର ନଗଦ ଟଙ୍କା । କଟକ ଦୋଳମୁଣ୍ଡାଇରେ ୩୫ ଲକ୍ଷ ଟଙ୍କାର ଏକ ପ୍ଲଟ, ସୁପରଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନ ସାହୁଙ୍କର ଛତ୍ରପୁରରେ ୪ଟି ପ୍ଲଟ ଓ ଅନ୍ୟ ସ୍ଥାନରେ ଆଉ ଏକ ପ୍ଲଟ ଠାବ । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜଶୱନ୍ତ ଜେଠୱା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଥିଲେ ଭିଜିଲାନ୍ସ । ଗିରଫ ଅଧିକାରୀଙ୍କ ମଧ୍ୟରେ ଜଣେ ଅଧୀକ୍ଷଣ ଯନ୍ତ୍ରୀ ଏବଂ ୨ ଜଣ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଫିସର ରହିଛନ୍ତି । ସେମାନଙ୍କ ନିକଟରୁ ୨୨ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଏହାସହ ବିଭିନ୍ନ ସ୍ଥାନରେ ରେଡ୍ ମଧ୍ୟ ଜାରି ରଖିଛି ଭିଜିଲାନ୍ସ ।