ମାୟାନଗରୀରେ ଲଜ୍ଜା; ମହିଳାଙ୍କୁ ଦୁଷ୍କର୍ମ ପରେ ସମ୍ବେଦନଶୀଳ ସ୍ଥାନରେ ଲଗାଇଲେ ସିଗାରେଟ୍ ଚେଙ୍କ୍

Published By : Prameya-News7 Bureau | December 05, 2022 IST

ମୁମ୍ବାଇ: ମାୟାନଗରୀରେ ମହିଳାଙ୍କୁ ଦୁଷ୍କର୍ମ । ଅତି ବୀଭତ୍ସ ଭାବେ ଜଣେ ବିବାହିତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ୪୨ ବର୍ଷିୟା ମହିଳାଙ୍କୁ ୩ଜଣ ପଡ଼ୋଶୀ ଘରେ ପଶି ଦୁଷ୍କର୍ମ କରିଛନ୍ତି । ଆଉ ଏହାର ଭିଡିଓ ସୁଟିଂ କରି ଭାଇରାଲ୍ କରିବାକୁ ମଧ୍ୟ ଧମକ ଦେଇଛନ୍ତି।  

ମୁମ୍ବାଇର କର୍ଲା ଅଞ୍ଚଳରେ ଏହି ଘଟଣା ଘଟିଛି । ଗତ ବୁଧବାର ବିଳମ୍ବିତ ରାତିରେ ୩ ପଡ଼ୋଶୀ ମହିଳାଙ୍କ ଘରେ ପଶିଥିଲେ । ପରେ ଦୁଷ୍କର୍ମ କରିବା ସହିତ ଅମାନୁଷିକ ବ୍ୟବହାର କରିଥିଲେ । ମହିଳାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନରେ  ସିଗାରେଟ୍ ଚେଙ୍କ୍ ଲଗାଇ ଦେଇଛନ୍ତି । ଏହା ସହିତ ଛାତି ଓ ହାତକୁ ମଧ୍ୟ ଧାରୁଆ ଅସ୍ତ୍ରରେ ଆଘାତ କରିଛନ୍ତି । ପୋଲିସଙ୍କୁ ଜଣାଇଲେ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ୍ କରିବେ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମହିଳା । ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟଙ୍କ ସହାୟତାରେ ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.