ଜୁଆ ଆଡ୍ଡା ଉପରେ ଚଢାଉ କରି ୩ଜଣଙ୍କ ଗିରଫ ସହ ନଗଦ ଟଙ୍କ ଜବତ

Published By : Prameya-News7 Bureau | January 03, 2020 IST

ସୋନପୁର ୦୩।୦୧ : ସୋନପୁର ଜିଲ୍ଲା ସୋନପୁର ଥାନା ପୋଲିସ ତିନିଜଣ ଜୁଆଡିଙ୍କୁ  ଗିରଫ କରିଛି  ।  ଗୋଏଲବନ୍ଧ ଗାଁ ନିକଟରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ କରି  ତିନିଜଣଙ୍କୁ  ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୧୨ ହଜ଼ାରରୁ ଅଧିକ ଟଙ୍କା ଜବତ କରିଛି ପୋଲିସ ।

{"id":206294,"sizeSlug":"large"}

ଗୋଏଲବନ୍ଧ ଗାଁର ଖେଳ ପଡ଼ିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ପାଖରେ ଜୁଆ ଖେଳ ଚାଲିଥିଲା । ଖବରପାଇ ଘଟଣାସ୍ଥଳକୁ ଯାଇ ପୋଲିସ ଚଢାଉ କରିଥିଲା । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବରଗଡ଼ ଜିଲ୍ଲାର ପାଣ୍ଡବ ବିଶି, ରାଜା ମିର୍ଧା ଓ ସମ୍ବଲପୁର ଜିଲ୍ଲାର ଅବନୀ ପଟ୍ଟନାୟକ । ଏହି ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

{"id":206295,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.