ରିଲିଫ ସାମଗ୍ରୀ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟଙ୍କ ସମେତ ୩ ମୃତ

Published By : Prameya-News7 Bureau | August 21, 2019 IST

ଡେରାଡୁନ୨୧|୮:  ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟ ରାଜପାଲ, ସହଯୋଗୀ ପାଇଲଟ କପତଲ ଲାଲ ଓ କିରମେଶ ସାବର ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଥିଲେ । ଦୁର୍ଘଟଣା ଫଳରେ ଏହି ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ ଯେ, ପ୍ରବଳ ବର୍ଷାରେ ପ୍ରଭାବିତ ଲୋକଙ୍କୁ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ହେଲିକପ୍ଟରଟି  ମୋରୀରୁ ମୌଲ୍ଦି ଯାଉଥିଲା ।  ବର୍ଷା ପ୍ରବାବିତ ଲୋକଙ୍କୁ ରିଲିଫ ବାଣ୍ଟିବା କାମରେ ସେନାର ହେଲିକପ୍ଟର ନିୟୋଜିତ ହୋଇଛି ।

ଗତ ୧୭ତିରିଖରେ ଉତ୍ତରକାଶୀର ମୌରୀ ତହସିଲ ଅନ୍ତର୍ଗତ ତିନୋଟି ଗ୍ରାମ ଅରାକୋଟ, ମାକୁଡି ଏବଂତିକୋଚିରେ ବାଦଲଫଟା ବର୍ଷା ହୋଇଥିଲା । ବାଦଲ ଫାଟିବା ଯୋଗୁଁ ଏହି ତିନୋଟି ଗାଁର ୨୫ଟି ଘର ସମ୍ପୂର୍ଣ୍ଣ ଦବି ଯାଇଛି । ଏଥି ସହ ୨୧ଜଣଙ୍କ ପ୍ରାଣହାନୀ ହୋଇଥିବା ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିବାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟର ଡେରାଡୁନରୁ ରିଲିଫ ସାମଗ୍ରୀ ବିଭିନ୍ନ ଅଂଚଳକୁ ପହଞ୍ଚାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.