ଅଜଣା ଗାଡି ସହ କାର୍ ଧକ୍କା : ୩ ମୃତ, ୨ ଗୁରୁତର
13/07/2019 at 7:57 AM

ଅନୁଗୁଳ ୧୩|୭: ଜାତୀୟ ରାଜପଥ ୧୪୯ ନାଇକାନାଳୀ ଠାରେ ଅଜଣା ଗାଡି ସହ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧାରୁ ଭୋଜି ଖାଇ ଭୋରରୁ ୫ଜଣ ଏକ କାର୍ ଯୋଗେ ରାଉରକେଲା ଫେରୁଥିବା ବେଳେ ଅନୁଗୁଳ ଜାତୀୟ ରାଜପଥ ୧୪୯ ନାଇକାନାଳୀଠାରେ ଅଜଣା ଗାଡି ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତାହତମାନେ ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି । ଟ୍ରକ୍ ସହ ଧକ୍କା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଖବର ପାଇ ସମଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ୩ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।