ରାଜେନ୍ଦ୍ରନଗରରେ ଅଘଟଣ, ବାପା-ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | March 03, 2024 IST

ପଟ୍ଟାମୁଣ୍ଡାଇ ୦୩।୦୩ : ଅଶୁଭ ରବିବାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗରରେ ଅଭାବନୀୟ ଘଟଣା । ଏକାଥରକେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ନେଇ ସଠିକ୍‌ ତଥ୍ୟ ଜଣାପଡିନାହିଁ । ହେଲେ ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

wp:embed {"url":"https://www.prameyanews7.com/murder-case-in-anugul-nuasahi-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/murder-case-in-anugul-nuasahi-village/
/wp:embed

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ରାଜେନ୍ଦ୍ରନଗରର ଥିବା ଏକ ଘର ବାହାରୁ ବାପାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ଏହାପରେ ଘର ଭିତରକୁ ଦେଖିବା ବେଳକୁ ୨୫ ବର୍ଷୀୟ ପୁଅ ଏବଂ ମାଆଙ୍କ ମୃତଦେହ ପଡିଛି । ତେବେ ମୃତ୍ୟୁ ସଠିକ୍‌ କାରଣ ଏବେ ଯାଏଁ ଜଣାପଡିନାହିଁ । ହେଲେ ସମସ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସେପଟେ ଏହି ଅଘଟଣ ସଂପର୍କରେ ଖବର ପାଇ ତାଳଚୁଆଁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହିତ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ମଧ୍ୟ ନେଇଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ପରେ ହିଁ ମୃତ୍ୟୁ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

wp:embed {"url":"https://www.prameyanews7.com/shehbaz-sharif-set-to-become-pakistans-prime-minister-for-a-second-time/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shehbaz-sharif-set-to-become-pakistans-prime-minister-for-a-second-time/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.