ଗୁଜରାଟର ଏକ କାରଖାନାରେ ନିଆଁ ଲାଗି ୩ ଓଡିଆ ଶ୍ରମିକଙ୍କ ମୃତ୍ୟୁ
23/02/2020 at 12:31 PM

ଯାଜପୁର ୨୩।୨: ଶନିବାର ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦ ନିକଟ ଓଧାବ ସ୍ଥିତ ଏକ ପୋଷାକ କାରଖାନାର ତୃତୀୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଦ୍ବିତୀୟ ମହଲାକୁ ବ୍ୟାପି ଯାଇଥିଲା ।

ଏହି ମହଲାର ଏକ ଘରେ ଶ୍ରମିକମାନେ କାମକରୁଥିଲେ । ତେବେ ସେଠାରେ ଥିବା ୩ ଜଣ ଓଡିଆ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘରେ ଝରକା ନଥିବାରୁ ବାଷ୍ପରୁଦ୍ଧ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ମୃତକମାନେ ହେଲେ ଯାଜପୁର ସଦର ଥାନା ରେକାବୀ ବଜାର ଅଂଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ସମସ୍ତେ ଲୋଟସ ସୂତା କମ୍ପାନୀରେ କାମ କରୁଥିଲେ । ପାଠପଢା ଛାଡି ୩ ବର୍ଷ ହେଲା ସୂତା କଳରେ କାମ କରି ପରିବାର ଚଳାଉଥିଲେ ।
Related Posts
ନେପାଳର ମେଣ୍ଟ ସରକାରରେ ବିବାଦ, ସରକାରରୁ ଅଲଗା ହେଲା RSP
5 February 2023