ବଜ୍ରାଘାତରେ ୩ ମୃତ, ୨ ଗୁରୁତର

Published By : Prameya-News7 Bureau | August 11, 2019 IST

ଭଦ୍ରକ।ଜଳେଶ୍ବର।ସୋର ୧୧|୮: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଧୁଷୁରି ଅଞ୍ଚଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ରାଇପୁର ଗାଁର ଯୁଧିଷ୍ଠିର ନାୟକ । ଭଦ୍ରକ କାଳୀଦାସପୁର ଅଞ୍ଚଳର ଅନ୍ୟ ଜଣେ ଚାଷୀ ଗୁରୁତର ହୋଇଛନ୍ତି ।

ସେହିପରି ଭୋଗରାଇ ଉଦୟପୁର ବେଳାଭୂମିରେ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ।

ସେହିଭଳି ସୋର ଔପଦା ଅଞ୍ଚଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତକ ବଡପୋଖରୀ ଗାଁର ଅନ୍ତର୍ଯାମୀ ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.