LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବାଲେଶ୍ୱରରେ ହେବ ୩ ଦିନିଆ କୃଷି ମେଳା; ଉଦଘାଟନ କରିବେ କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ମନ୍ତ୍ରୀ

23/03/2023 at 11:32 PM

ନୀଳଗିରି ୨୩/୫: ବାଲେଶ୍ୱର ଜିଲ୍ଲାର କୁରୁଡା ପଡ଼ିଆରେ ଚଳିତ ମାସ ୨୫, ୨୬ ଓ ୨୭ ତାରିଖ ଯଥାକ୍ରମେ ୩ ଦିନ ଧରି କୃଷି ସଂଯନ୍ତ୍ର ନାମକ କୃଷି ମେଳା  ଅନୁଷ୍ଠିତ ହେବ। କୃଷି ଜାଗରଣ ସଂସ୍ଥା ଆନୁକୁଲ୍ୟରେ ଏହା ଆୟୋଜନ କରଯାଇଛି। ଏହାକୁ ଭାରତ ସରକାରଙ୍କର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ବିଭାଗ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ମାର୍ଚ୍ଚ ୨୫ ଶନିବାର ଦିନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଏଥିରେ ଅନେକ କୃଷକ, ଗୋପାଳକ , କୁକୁଡ଼ା ଓ ଛେଳି ପାଳକ, ମାଛ ଚାଷୀ, ମତ୍ସ୍ୟ ଶିଳ୍ପୋଦ୍ୟୋଗୀ, କୃଷି ଯନ୍ତ୍ରପାତି ଓ ନିର୍ମାତା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ଦ୍ୟୋଗୀ, କୃଷି ବୈଜ୍ଞାନିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କା୦ର୍ଯ୍ୟକର୍ତାମାନେ ଯୋଗ ଦେବେ। ଏଥିରେ ବିଭିନ୍ନ ସମବାୟ ସଂସ୍ଥା, କୃଷକ ଉତ୍ପାଦକ ସଂଗଠନ(FPO), ମତ୍ସ୍ୟ – କୃଷକ ଉତ୍ପାଦକ ସଂଘ (FFPO), ବ୍ୟବସାୟୀ, ସରକାରୀ, କୃଷି ବିଶ୍ଵବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, ନାବାର୍ଡ ଓ ଅନ୍ୟାନ୍ୟ ବ୍ୟାଙ୍କର ଅଧିକାରୀ ଯୋଗ ଦେବେ। ଚାଷୀମାନଙ୍କୁ ଚାଷ, ସଂରକ୍ଷଣ, ପ୍ରକ୍ରିୟାକରଣ, ବଜାର, ଅର୍ଥାଗମ ଓ ଅର୍ଥ ପରିଚାଳନା, ସବ୍ସିଡି ଓ ଅନ୍ୟାନ୍ୟ ବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଅନ୍ୟପଟେ ସାଂସଦ ପ୍ରତାପ ଷଡ଼ଙ୍ଗୀ ତତ୍ୱବଧାନରେ ଏହି ମେଳା ହେବ ବୋଲି ଜଣାପଡିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଅଧିକାରୀମାନେ ଏଥିରେ ଯୋଗ ଦେବେ। ୫୦୦ ସଫଳ ଚାଷୀମାନଙ୍କୁ ଏଠାରେ ସମ୍ମାନିତ କରାଯିବ। ଏହି ମେଳାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କୃଷି ଉଦ୍ୟୋଗୀ ଓ ଅନ୍ୟାନ୍ୟ ଶିଳ୍ପୋଦ୍ୟୋଗୀଙ୍କର ଷ୍ଟଲ୍ ଲାଗିବ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ହେବ। ସେପଟେ ଏଥିରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

   Related Posts