ଭୁବନେଶ୍ବର ୨୩।୧୧: ଓକାକ୍ ସିଇଓଙ୍କ ହ୍ବାଟ୍ସଆପ୍ ହ୍ୟାକ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅକୁଦାରୀ ପାସ୍କେଲକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସହ ୨ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି ।
ତେବେ ବେଙ୍ଗାଲୁରୁରୁ ୩ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଦିଲ୍ଲୀ ପୋଲିସ କୋର୍ଟରେ ଆବେଦନ କରିଛି । ଓଡିଶା କ୍ରାଇମବ୍ରାଞ୍ଚର ଦୁଇ ଜଣ ଅଧିକାରୀ ଦିଲ୍ଲୀ ଗସ୍ତ କରିଛନ୍ତି । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।