କୋରାପୁଟ ପୋଲିସ କବଜାରେ ୩ ସାଇବର ଠକ, ବିହାର ଅଞ୍ଚଳରୁ ଗିରଫ
29/08/2023 at 3:38 PM

କୋରାପୁଟ ୨୯।୮: ସାଇବର ଠକେଇର ଖୁଲାସା କଲା କୋରାପୁଟ ପୋଲିସ । ତିନି ସାଇବର ଠକକୁ ବିହାରର ଚକପାଇ ଅଞ୍ଚଳରୁ ଗିରଫ କରିଛି । ଏହାସହ ଦେଢ଼ ଲକ୍ଷ ଟଙ୍କା ନଗଦ, ୧୪ଟି ମୋବାଇଲ, ଗୋଟିଏ ଲାପଟପ୍ ସହ ୪ଟି ପାସବୁକ୍ ଜବତ କରିଛି ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ସୂଚନା ଦେଇଛନ୍ତି । ଗିରଫ ତିନି ଅଭିଯୁକ୍ତ ବିହାର ଅଞ୍ଚଳର ହୋଇଥିବା ବେଳେ ସେମାନେ ନିୟମିତ ସାଇବର ଠକେଇ କରୁଥିବା ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, କୋରାପୁଟର ଜଣଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା କୋରାପୁଟ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ମୋବାଇଲ ନମ୍ବରକୁ ଟ୍ରାକେ କରାଯାଇଥିଲା । ୧୫ ଦିନ ପରେ ବିହାର ଅଞ୍ଚଳରୁ ମୋବାଇଲର ଲୋକେସନ ମିଳିବାରୁ କୋରାପୁଟରୁ ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ବିହାର ପୋଲିସ ସହାୟତାରେ ତିନି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ସାଇବର ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ନାଁ ପୋଲିସ କହିନଥିଲେ ମଧ୍ୟ କୋରାପୁଟ ସହରର ଏକ ପରିଚିତ ଜନ ପ୍ରତିନିଧି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
You Can Read :