ପୁରୀରେ ବାଣ ବିସ୍ଫୋରଣ ଘଟଣା : ୩ ଆହତ ଏମ୍ସରେ ଚିକିତ୍ସିତ, ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | May 30, 2024 IST

ଭୁବନେଶ୍ବର ୩୦।୫: ପୁରୀରେ ବାଣ ବିସ୍ଫୋରଣ ଘଟଣାର କିଛି ଆହତ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ଭୁବନେଶ୍ଵର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡାକ୍ତର ସଞ୍ଜୟ ଗିରି । ସେ କହିଛନ୍ତି, ରାତି ଗୋଟାଏ ବେଳକୁ ପୁରୀରୁ ବାଣ ବିସ୍ଫୋରଣରେ ଆହତ ହୋଇ ୫ ଜଣ ଏମ୍ସକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ସାମାନ୍ୟ ଆହତ ହେଇଥିବା ୨ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୩ ଜଣ ଆହତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨ରୁ ୧୪ ବର୍ଷ ବୟସର ପିଲା ଶରୀରର ପାଖାପାଖି ୮୦ରୁ ୯୦ ଅଂଶ ପୋଡ଼ିଯାଇଛି । ଯାହାର ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟ ଜଣେ ୪୦ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ୬୦ ଭାଗ ପୋଡ଼ି ଯାଇଛି । ସେ ମଧ୍ୟ ସଙ୍କଟାପନ୍ନ ଅଛନ୍ତି । ଉଭୟଙ୍କୁ ICUରେ ରଖାଯାଇଛି । ତୃତୀୟ ବ୍ୟକ୍ତିଙ୍କ ୪୦ ପ୍ରତିଶତ ପୋଡିଯାଇଛି । ସେମାନଙ୍କୁ ଭଲ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି ବୋଲି ଡାକ୍ତର ସଞ୍ଜୟ ଗିରି କହିଛନ୍ତି ।

ସୂଚନାଯୋଗ୍ୟ ଯେ,ବୁଧବାର ରାତିରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରାର ଆୟୋଜନ କରାଯାଉଥିବା ବେଳେ ଆତସବାଜି କରାଯାଉଥିଲା । କିନ୍ତୁ ହଠାତ ଫୁଟୁଥିବା ବାଣରୁ ନିଆଁ ଝୁଲ ଛିଟିକି ନିକଟରେ ଗଦା ହୋଇଥିବା ଅଫୁଟା ବାଣରେ ପଡ଼ି ଯାଇଥିଲା । ଫଳରେ ସେଠାରେ ଥିବା ଅଫୁଟା ବାଣ ପ୍ରଚଣ୍ଡ ଶବ୍ଦରେ ଫୁଟିବା ସହ ଲୋକଙ୍କ ଉପରେ ଫୁଟି ଯାଇଥିଲା । ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ପୁରୀ ମେଡିକାଲ ପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ଜଣାପଡିଛି । ଗୁରୁତରମାନେ ଭୁବନେଶ୍ଵର ଏବଂ କଟକର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । 

You Can Read :

ସମ୍‌ ହସ୍ପିଟାଲରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ, ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.