କର୍ଣ୍ଣଫ୍ଲୋର ଭାବି ପକୁଡିରେ ମିଶାଇଦେଲେ କୀଟନାଶକ, ବାପା-ମା’ଙ୍କ ସହ ପୁଅ ଗୁରୁତର
26/05/2023 at 5:28 PM

କେନ୍ଦ୍ରାପଡା ୨୬।୫: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହl ଗାଁରେ ପକୁଡିରେ କୀଟନାଶକ ଗୋଳାଇ ଖାଇ ୩ ଗୁରୁତର ହୋଇଛନ୍ତି l ଗୁରତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ମାନେ ହେଲେ ପାଲସିଂହl ଗାଁର ଭାସ୍କର ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ଓ ପୁଅ ରାଜକିଶୋର l
ସୂଚନାଯୋଗ୍ୟ ଯେ, ଘରେ ପକୁଡି ଛାଣିବା ବେଳେ କର୍ଣ୍ଣଫ୍ଲୋର ଭାବି ଏକ କୀଟନାଶକ ମିଶାଇ ଦେଇଥିଲେ l ପରେ ପରିବାର ଲୋକ ପକୁଡି ଖାଇ ଘରେ ଅସୁସ୍ଥ ହୋଇ ପଡ଼ିଥିଲେ l ପଡୋଶୀ ଘଟଣା ସମ୍ପର୍କରେ ଜାଣି ଗୁରୁତର ୩ ଜଣଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସ୍ପିଟାଲକୁ ଆଣିଥିଲେ l ପରେ ଅବସ୍ଥା ବିଗିଡି ଯିବାରୁ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ଏବେ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି l