Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଢେଙ୍କାନାଳରୁ ୩ ଶିଶୁ ଶ୍ରମିକ ଉଦ୍ଧାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକୁଥିଲେ ଗୁପଚୁପ

10/06/2022 at 5:17 PM

ଢେଙ୍କାନାଳ ୧୦।୬: ଢେଙ୍କାନାଳରେ ଶିଶୁ ଶ୍ରମିକ ଖୋଲା ଖୋଲି ଶ୍ରମ କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟରେ ଶିଶୁ ଶ୍ରମିକ ନିଷେଧ ପକ୍ଷ ପାଳନ କରାଯାଉଥିବା ବେଳେ ଏପଟେ କିନ୍ତୁ ଖୋଦ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧୁ ଧୁ ଖରାରେ ଶିଶୁ ଶ୍ରମିକମାନେ ଶ୍ରମ କରୁଥିବା ବେଶ୍ ଆଶ୍ଚର୍ଯ୍ୟ କରିଛି । ଏପରିକି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସହରରେ ଗୁପଚୁପ ବିକାଳୀମାନଙ୍କ ଉପରେ ଚଢ଼ାଉ କରିଥିବା ବେଳେ ଏହାର ସ୍ପଷ୍ଟ ପ୍ରମାଣ ମିଳିଛି ।

ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ୩ ଜଣ ଶିଶୁ ଶ୍ରମିକଙ୍କୁ ଜିଲ୍ଲା ଶ୍ରମ ଅଧିକାରୀ ଉଦ୍ଧାର କରିଛନ୍ତି । ଉଦ୍ଧାର ଏହି ଶିଶୁ ଶ୍ରମିକମାନଙ୍କ ବୟସ ୧୦ରୁ ୧୨ବର୍ଷ ହେବ ବୋଲି ଆନୁମାନ କରାଯାଇଛି । ଏମାନେ ମାଲିକଙ୍କ ଗୁପଚୁପ ବିକ୍ରି କରୁଥିବା ଜଣାପଡିଛି । ଏମାନଙ୍କୁ ରାଜ୍ୟ ବାହାରୁ ଦଲାଲମାନେ ଗୁପଚୁପ ବେପାରୀଙ୍କୁ ଟେକି ଦେଇଥିବା ଜଣାପଡିଛି । ଉଦ୍ଧାର ପରେ ଏମାନଙ୍କ ମାଲିକମାନଙ୍କ ନାମରେ ଶିଶୁ ଶ୍ରମ ଆଇନ ମୁତାବକ ମାମଲା ରୁଜୁ କରି ଶିଶୁମାନଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ।

   Related Posts