ଅନୁଗୁଳ ୨୯/୧୨: ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅନୁଗୋଳ ଗସ୍ତ କରିଛନ୍ତି। ଏହି ଅବସରରେ ସେମାନଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଅନୁଗୋଳ ରେଳ ଷ୍ଟେସନରେ ସମ୍ବଲପୁର ସାଲିମାର ଏକ୍ସପ୍ରେସକୁ ମନ୍ତ୍ରୀମାନେ ପତକା ଦେଖାଇ ଉଦଘାଟନ କରିଛନ୍ତି। ଏହି ଅବସରରେ ବଳରାମ କୋଲ ମାଇନ୍ସରୁ ଅନୁଗୋଳ ପର୍ଯ୍ୟନ୍ତ ରେଳ ଲାଇନର ମଧ୍ଯ ଶୁଭାରମ୍ଭ ହୋଇଛି। ଅନୁଗୋଳ, ତାଳଚେର ଓ ଛେଣ୍ଡିପଦାକୁ ନେଇ ଏନର୍ଜି ସେଣ୍ଟର ହବ ତିଆରି କରିବାକୁ ଲକ୍ଷ ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି।
ଏହାସହିତ କେନ୍ଦ୍ରମନ୍ତ୍ରୀମାନେ ଅନୁଗୋଳରୁ ବଳରାମ କୋଇଲା ଖଣିକୁ ସଂଯୋଗ କରୁଥିବା ରେଳ ଲାଇନର ଶୁଭାରମ୍ଭ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଯାଇଥିଲେ। ଏହାଦ୍ବାରା ବଳରାମ କୋଲ ମାଇନ୍ସରୁ ପ୍ରତ୍ୟକ୍ଷଭାବେ ରାଜ୍ୟର ବିଭିନ୍ନ ଶିଳ୍ପସଂସ୍ଥାକୁ ସହଜରେ କୋଇଲା ପରିବହନ ହୋଇପାରିବ ବୋଲି କୁହାଯାଇଛି। ଅନୁଗୋଳ, ତାଳଚେର ଆଉ ଛେଣ୍ଡିପଦାକୁ ନେଇ ଏକ ଶକ୍ତି କେନ୍ଦ୍ର କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। କୋଇଲା ପରି ସବୁ ଖଣିଜ ପଦାର୍ଥ ଯେପରି ବାଲିର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ନିଲାମ ହେବ ସେଥିପାଇଁ କେନ୍ଦ୍ରରେ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର ଜଣାଇଛନ୍ତି।