oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଟ୍ରକ୍‌ ସହିତ ପିଟିହେଲେ ୩ କାର୍‌; ସିସିଟିଭିରେ କଏଦ୍‌ ହେଲା ଭୟଙ୍କର ଦୃଶ୍ଯ, ଦେଖନ୍ତୁ ଭିଡିଓ…

14/09/2022 at 9:58 PM

ଚଣ୍ଡୀଗଡ଼ ୧୪/୦୯: ଭାରସାମ୍ୟ ହରାଇ ବୋଝେଇ ହୋଇଥିବା ଗୋଟିଏ ବଡ଼ ଟ୍ରକ ୩ଟି କାର୍‌କୁ ଏକା ସାଙ୍ଗରେ ଧକ୍କା ଦେଇଛି। ଫଳରେ ଗୋଟିଏ କାରରେ ବସିଥିବା ଏକ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଅନ୍ଯ ଦୁଇଟି କାର୍‌ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଛାତିଥରା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଫଗୱାଡ଼ା ଏବଂ ଚଣ୍ଡୀଗଡକୁ ଯୋଡ଼ୁଥିବା ଜାତୀୟ ରାଜପଥରେ ଘଟିଛି। ଏହି ପୁରା ଘଟଣାର ଚିତ୍ର ଘଟଣାସ୍ଥଳରେ ଥିବା ଚିତ୍ରଉତ୍ତୋଳନ କାରୀ ଯନ୍ତ୍ର (ସିସିଟିଭି)ରେ କଏଦ ହୋଇଛି।

ଭିଡିଓରେ ଦେଖାଯାଇଛି ଯେ, ରାଜପଥରେ ଏକ ବଡ଼ ବୋଝେଇ ହୋଇଥିବା ୧୮ଚକିଆ ଟ୍ରକ ଆସୁଥିଲା। ହଠାତ ଟ୍ରକଟି ଡାହାଣକୁ ତାର ମୋଡ଼ ବଦଳାଇଥିଲା। ଏହି ସମୟରେ ସନ୍ତୁଳନ ହରାଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ସେପଟେ ବିପରୀତ ଦିଗରୁ ଆସୁଥିବା ୩ଟି କାର୍‌ ନିୟନ୍ତ୍ରଣ ହରାଇ ସେହି ଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଏମିତିକି ଗୋଟିଏ କାର୍‌ ଉପରେ ମଧ୍ୟ ଟ୍ରକଟି ଓଲଟି ପଡ଼ିଥିଲା।। ଏହି କାର୍‌ରେ ଦମ୍ପତ୍ତିଙ୍କ ସହିତ ତାଙ୍କ ପୁଅ ମଧ୍ୟ ଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଆଉ ଗୋଟିଏ କାର୍‌ରେ ବସିଥିବା ୩ ଯାତ୍ରୀ ଆହତ ହୋଇଛନ୍ତି। ବାକି ୨ଟି କାର୍‌ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି। କିନ୍ତୁ ତୃତୀୟ କାର୍‌ଟି ସାମାନ୍ୟ ଧକ୍କା ହୋଇ ରଙ୍ଗ ସାଇଟ୍‌କୁ ଚାଲି ଯାଇଥିଲା।    

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର୍‌ ଜଣଙ୍କ ଫିରୋଜପୁର୍‌ର ବାସିନ୍ଦା ବୋଲି ଜଣାପଡ଼ିଛି। ମେଜର ସିଂହ ନାମକ ଡ୍ରାଇଭର ଏହି ଟ୍ରକ୍‌ ଚଲାଉଥିଲେ। ଟ୍ରକ୍‌ଟି ବଙ୍ଗାସାଇଡ୍‌ରୁ ବହରାମ୍‌-ଟି ପଏଣ୍ଟରେ ପହଞ୍ଚିଥିଲା ବୋଲି ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଛି। ପରେ ଡ୍ରାଇଭର ଜଣଙ୍କ ଟ୍ରକ୍‌କୁ ମହିଲାପୁର୍‌ ଆଡ଼କୁ ମୋଡ଼ ବଦଳାଇ ଥିଲେ। ଅନ୍ୟପଟେ ଡ୍ରାଇଭର ମେଜର ସିଂହଙ୍କ ବିରୋଧରେ  ଅଧିକ ବେଗରେ ଗାଡ଼ି ଚଳାଇବା ସହିତ ଅନ୍ୟ ଅଭିଯୋଗରେ ମାମଲା ରୁଜୁ କରି ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି।

   Related Posts