କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ଦଲାଲ ଗିରଫ, ଦୁଇ ମହିଳା ଓ ଜଣେ ପୁରୁଷ

Published By : Prameya-News7 Bureau | September 27, 2019 IST

କେନ୍ଦ୍ରାପଡା ୨୭।୯: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ ଜଣ ଦଲାଲଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ଟାଉନ୍ ପୋଲିସ | ମେଡିକାଲ ପରିସରରେ ରୋଗୀମାନଙ୍କୁ ନର୍ସିଂହୋମକୁ ଯିବା ପାଇଁ ପ୍ରବର୍ତ୍ତାଇବା ଓ ବାହାରୁ ଔଷଧ କିଣିବା ପାଇଁ କହୁଥିବାବେଳେ ଏମାନେ ପୋଲିସ ହାତରେ ଧରା ପଡିଥିଲେ |

{"id":163254}

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ଅଛନ୍ତି | ତେବେ ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ଟାଉନ୍ ଥାନା ଅନ୍ତର୍ଗତ ବଡହାଟ ଓ ଚାଟରା ପାଟଣାର ହୋଇଥିବାବେଳେ ଅନ୍ୟ ଜଣେ ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମର ବୋଲି ପୋଲିସ କହିଛି | ଗିରଫ ଦଲାଲମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.