ଧରାପଡ଼ିଲେ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗ; ୧୮ଟି ବାଇକ୍ ଜବତ
24/01/2023 at 6:45 PM

ଜଳେଶ୍ୱର ୨୪/୦୧: ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଗିରଫ। ସେମାନଙ୍କ ଠାରୁ ୧୮ଟି ବାଇକ୍ ଜବତ କରିଛି ପୋଲିସ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ରାଇବଣିଆରେ ଦେଖିବାକୁ ମିଳିଛି। ସୂଚନା ଥାଉକି, କିଛି ଦିନ ପୂର୍ବରୁ ରାଇବଣିଆ ଥାନାର ବିଭିନ୍ନ ଅଞ୍ଚଳରେ ବାଇକ୍ ଚୋରି ଅଭିଯୋଗ ହଇଥିଲା। ବାଇକ୍ ଏହାପରେ ୩ ଜଣ ବାଇକ୍ ଚୋରଙ୍କୁ ଲୋକମାନେ କାବୁ କରି ପୋଲିସର ଜିମା ଦେଇଥିଲେ। ଏହି ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ମେଦିନିପୁରର ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ବାଇକ୍ ଘଟଣାରେ ପୋଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଥିଲା।

ପରେ ରାଜ୍ୟର ବିଭିନ୍ନ ଜାଗାରୁ ବାଇକ୍ ଚୋରି ଘଟଣାରେ ଏହି ତିନିଜଣ ଲୁଟେରାଙ୍କ ସ୍ମପୃକ୍ତି ଥିବା ଜଣାପଡ଼ିଥିଲା। ପରେ ପଶ୍ଚିମବଙ୍ଗରୁ ପୋଲିସ ଅଭିଯୁକ୍ତମାନେ ରଖିଥିବା ୧୮ଟି ବାଇକ ଜବତ କରଛି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଇତ୍ୟାଦି ରାଜ୍ୟରେ ଏହି ବାଇକ ଲୁଟେରା ଗ୍ଯାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଗାଡ଼ିଗୁଡ଼ିକ ରାଇବଣିଆ, ଜଳେଶ୍ଵର, ବାଲେଶ୍ୱର ଓ ବାରିପଦାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ତଦନ୍ତରୁ ଜଣାପଡିଛି। ରାଇବଣିଆ ପୋଲିସ ୪ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରି ଅଧିକ ତଦନ୍ତ ଚଳାଇଛି ବୋଲି ବାଲେଶ୍ୱର ଏସପି ସାଗରିକା ନାଥ ସାମ୍ୱାଦିକ ସମ୍ମିଳନୀରେ ଜଣାଇଛନ୍ତି।